ଓଡିଶା

odisha

By

Published : Sep 19, 2019, 6:26 AM IST

ETV Bharat / city

‘ଉଚ୍ଛ୍ବାସ’ ଉଦ୍‌ଘାଟିତ; ନୃତ୍ୟ, ବାଦ୍ୟ, ସଙ୍ଗୀତରେ ଦର୍ଶକ ବିମୋହିତ

ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ଉଚ୍ଛ୍ବାସ’ କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ଉଚ୍ଛ୍ବାସ’ କାର୍ଯ୍ୟକ୍ରମ । ଯେଉଁଥିରେ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବୁଧବାର ପ୍ରଥମ ସନ୍ଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଜଗନ୍ନାଥ ବନ୍ଦନାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ପରେ ଗୁରୁ ଅମିତ କୁମାର ଦାସ ଓ ସାଥୀ କଳାକାରଙ୍କ ଦ୍ବାରା ବୃନ୍ଦ ଯନ୍ତ୍ର ସଙ୍ଗୀତ ବାଦନ କରାଯାଇଥିଲା । ଏହାପରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ସାଥୀ ଓଡିଶୀ କଣ୍ଠ ଶିଳ୍ପୀ ମିଶି ସଙ୍ଗୀତ ପରିବେଶଣ କରିଥିଲେ ।

ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗୁରୁ ପ୍ରମୋଦ କୁମାର ଓ ସାଥୀ କଳାକାରଙ୍କ ଦ୍ବାରା ବୃନ୍ଦ ତବଲା ବାଦନ ଓ ଗୁରୁ ନବ ମିଶ୍ର ଓ ସାଥୀଙ୍କ ଦ୍ବାରା ଓଡିଶୀ ଦଳଗତ ନୃତ୍ୟ ପରିବେଶଣ କରାଯାଇଥିଲା । ପରିଶେଷରେ ନାଟକ ‘ଶ୍ରେଷ୍ଠାନସେ ନଟବର’ ମଞ୍ଚସ୍ଥ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଥିଲେ ଗୁରୁ ଜିତେନ୍ଦ୍ର ପଟ୍ଟନାୟକ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details