ଓଡିଶା

odisha

ETV Bharat / city

ଉପସ୍ଥିତ ବୁଦ୍ଧିରୁ ପ୍ରଶଂସା ସାଉଣ୍ଟିଲେ ଟ୍ରାଫିକ ପୋଲିସ - ଟ୍ରାଫିକ ପୋଲିସ

ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ  ଜଣେ ଯୁବତୀଙ୍କୁ ମିଳିଛି ଜୀବନ । ଆଉ ପ୍ରମାଣ କରି ଦେଇଛନ୍ତି ଟ୍ରାଫିକ ପୋଲିସର ସେହି ଟ୍ୟାଗଲାଇନ we care we dare ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 25, 2019, 7:48 PM IST

ଭୁବନେଶ୍ବର: ପ୍ରଶଂସିତ ହେଲେ ଟ୍ରାଫିକ ପୋଲିସ । ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବତୀଙ୍କୁ ମିଳିଛି ଜୀବନ । ଟ୍ରାଫିକ ପୋଲିସଙ୍କ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଦୁଇ ଜଣ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେ ଦୁଇଜଣ ହେଲେ ହାବିଲଦାର ପ୍ରଦ୍ୟୁମ କୁମାର ସାହୁ ଓ କନେଷ୍ଟବଳ ତପନ ସାହୁ । ଆଉ ପ୍ରମାଣ କରିଦେଇଛନ୍ତି ଟ୍ରାଫିକ ପୋଲିସର ସେହି ଟ୍ୟାଗଲାଇନ we care we dare ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଫୁଲବାଣୀର କୁନ୍ତଳା ନାୟକ ପରିବାର ସହ ପୁରୁଣା ଭୁବନେଶ୍ବରରେ ରୁହନ୍ତି । ଗତକାଲି ସନ୍ଧ୍ୟା ସମୟରେ କୁନ୍ତଳା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡିବାକୁ ଖଣ୍ଡଗିରି ଛକକୁ ଯାଇଥିବା ସମୟରେ ଯୁବତୀ ଜଣଙ୍କ ହଠାତ୍ ରାସ୍ତାରେ ପଡ଼ିଯାଇଥିଲେ । ଯାହାକୁ ଡ୍ୟୁଟିରେ ଥିବା ଦୁଇ ହାବିଲଦାର ଦେଖିବା ପରେ ସଙ୍ଗେସଙ୍ଗେ ଯୁବତୀଙ୍କ ପାଖକୁ ଯାଇଥିଲେ ଆଉ ତୁରନ୍ତ ଏକ ଅଟୋରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ।


ଦୀର୍ଘ ସମୟ ପରେ ଯୁବତୀର ସ୍ଵାସ୍ଥ୍ୟ ଅବସ୍ଥା ଠିକ ହୋଇଥିଲା । ତେବେ ଠିକ ସମୟରେ ଯୁବତୀଙ୍କୁ ମେଡିକାଲକୁ ଆଣିଥିବାରୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ଜଣାପଡିଛି । ଟ୍ରାଫିକ ପୋଲିସଙ୍କ ଏହି ମହାନତାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ କମିଶନର ନିଜେ ଉକ୍ତ ଦୁଇ ଟ୍ରାଫିକ ପୋଲିସଙ୍କୁ କମିସନରେଟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details