ଭୁବନେଶ୍ବର: ଥରେ ସଂକ୍ରମିତ ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି । ଏଥିଲାଗି ଜେନମ ସିକ୍ୟୁଏନିସିଂ ବଢାଇବାକୁ ପଡିବ। ଫଳରେ ନୂଆ ଷ୍ଟ୍ରେନ ଉପରେ ନଜର ରଖାଯାଇପାରିବ । ନଭେମ୍ବର ମାସ ପର୍ଯ୍ୟନ୍ତ ଆମକୁ କୋଭିଡ କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ ନେବା ପରେ 95 ପ୍ରତିଶତ ଲୋକଙ୍କ ମୃତ୍ୟୁ ଆଶଙ୍କା କମିଯିବ। ମାତ୍ର 5 ପ୍ରତିଶତ ପାଇଁ ମଧ୍ୟ ଆମକୁ ସତର୍କ ରହିବାକୁ ପଡିବ। ଥରେ ସଂକ୍ରମିତ ହେବା ପରେ ପୁଣି ଥରେ ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି। ସୁସ୍ଥ ହେଲାପରେ ମଧ୍ୟ ଭାଇରସ ଶରୀର ମଧ୍ୟରେ ରହିପାରେ । ଡେଲ୍ଟା ଭ୍ୟାରିଆଣ୍ଟ ବହୁ ମାରାତ୍ମକ । ଏହି ଭାଇରସ ଶରୀର ଭିତରେ ଅଧିକ ଦିନ ରହିପାରେ।