ଓଡିଶା

odisha

ETV Bharat / city

ଚାନ୍ଦା ଆଦାୟ ବାହାନାରେ ଘରେ ପଶି ଚୋରି, 2 ଗିରଫ - Theif arrested by commissionerate police Airfield PS area

ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଚାନ୍ଦା ଆଦାୟ ବାହାନାରେ ଘରେ ପଶି ଚୋରି
ଚାନ୍ଦା ଆଦାୟ ବାହାନାରେ ଘରେ ପଶି ଚୋରି

By

Published : Feb 2, 2021, 7:41 PM IST

ଭୁବନେଶ୍ବର: ହୁସିଆର ! ଆପଣଙ୍କ ଘରକୁ ଚାନ୍ଦା ପାଇଁ କେହି ଆସୁଛନ୍ତି କି ? ତେବେ ହୋଇଯାଆନ୍ତୁ ସତର୍କ । ନଚେତ ଆପଣ ହୋଇପାରନ୍ତି ଚୋରିର ଶିକାର। କାରଣ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏମିତି ଢଙ୍ଗରେ କଳାକନା ବୁଲାଉଥିବା ଦୁଇ ଅଭିଯୁକ୍ତ ହୋଇଛନ୍ତି ଗିରଫ।

ଚାନ୍ଦା ଆଦାୟ ବାହାନାରେ ଘରେ ପଶି ଚୋରି

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି କମନା ବରସାହି ଖୁର୍ଦାର ସୋମନାଥ ନାୟକ ଓ ମନୋରଞ୍ଜନ ନାୟକ। ଏହି ଦୁଇ ଅଭିଯୁକ୍ତ ଘର ଘର ବୁଲି ଠାକୁରଙ୍କ ନାଁରେ ଚାନ୍ଦା ମାଗୁଥିଲେ । ଏପରିକି ଏମାନେ ଟିକେ ମଉକା ପାଇଲେ ଘରୁ କଳାକନା ବୁଲାଉଥିଲେ ।

ଚାନ୍ଦା ଆଦାୟ ବାହାନାରେ ଘରେ ପଶି ଚୋରି

ଏପରି ଢଙ୍ଗରେ ଚୋରିର ଶିକାର ହୋଇ ଏୟାରଫିଲ୍ଡ ଥାନାରେ ତାପସ ଦାସ, ରାଜିବ ଲୋଚନ ଦାସ, କାହ୍ନୁଚରଣ ମହାନ୍ତି, ଲକ୍ଷ୍ମଣ ରାଉତ ସେମାନଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଇଛି । ଚୋରି ହୋଇଥିବା ମୋବାଇଲକୁ ଫେରାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details