ଓଡିଶା

odisha

ETV Bharat / city

କଟାମୁଣ୍ଡ ହତ୍ଯାକାରୀକୁ ମିଳିଲାନି ବେଲ୍, ଗଲେ ଜେଲ - ବହୁ ଚର୍ଚ୍ଚିତ କଟାମୁଣ୍ଡ ଘଟଣା

3 ଦିନିଆ ରିମାଣ୍ଡରେ ଗଲେ ବହୁଚର୍ଚ୍ଚିତ ଅନ୍ଧାରୁଆ କଟାମୁଣ୍ଡ ଦୁଇ ହତ୍ୟାକାରୀ । ଭୁବନେଶ୍ବର ଦୌରାଜଜ୍ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଦୁଇ ହତ୍ଯାକାରୀଙ୍କୁ ଝାରପଡା ଜେଲକୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଧିକ ପଢନ୍ତୁ...

3 ଦିନିଆ ରିମାଣ୍ଡରେ ଗଲେ 2 ଅଭିଯୁକ୍ତ
3 ଦିନିଆ ରିମାଣ୍ଡରେ ଗଲେ 2 ଅଭିଯୁକ୍ତ

By

Published : Feb 12, 2021, 9:03 PM IST

ଭୁବନେଶ୍ବର: 3 ଦିନିଆ ରିମାଣ୍ଡରେ ଗଲେ ବହୁଚର୍ଚ୍ଚିତ ଅନ୍ଧାରୁଆ କଟାମୁଣ୍ଡ ଦୁଇ ହତ୍ୟାକାରୀ । ଭୁବନେଶ୍ବର ଦୌରା ଜଜ୍ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଶୁକ୍ରବାର କୋର୍ଟରେ କମିଶନରେଟ ପୋଲିସ ହାଜର ପରେ ପ୍ରଥମ ବିଚାର ବିଭାଗୀୟ କୋର୍ଟ ଦୁଇ ଅଭିଯୁକ୍ତଙ୍କ ବେଲ ଖାରଜ କରିଥିଲେ। ପରେ ଦୁଇ ହତ୍ଯାକାରୀଙ୍କୁ ଝାରପଡା ଜେଲକୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

କଡା ସଜ୍ଜା ଦେବାକୁ ପୋଲିସର ପ୍ରସ୍ତୁତି


ତେବେ ଦୁଇ ହକ୍ଯାକାରୀ ସଞ୍ଜୟ ଓ ଶ୍ରୀକାନ୍ତଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ପ୍ରମାଣ ଯୋଗାଡ କରୁଛି ପୋଲିସ । ଏଥିପାଇଁ ଅଧିକ ପ୍ରମାଣ ସଗ୍ରହ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ଚନ୍ଦକା ଥାନା ପୋଲିସ। କାରଣ ପ୍ରଥମ ଦିନ ମୃତଦେହ ମିଳିବା ବେଳେ ବ୍ଯବହୃତ ଛୁରୀ ମିଳିଥିଲା। ପରେ ବ୍ଯବହାର କରିଥିବା ଗ୍ଲୋବସ ମଧ୍ଯ ମିଳିଥିଲା। ହେଲେ ଘଟଣାର ୯ ଦିନ ପରେ ମହିଳାଙ୍କ ପରିଚୟ ମିଳିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କଟାମୁଣ୍ଡ ଚିହ୍ନଟ କରିଥିଲା । ହେଲେ ଏତିକିରେ ସରିନି ତଦନ୍ତ। ମୁଣ୍ଡ ସେହି ମୃତଦେହର କି ନାହିଁ ସେନେଇ ଡିଏନଏ ପ୍ରୋଫାଇଲିଂ ହେବ। ମୃତ ମହିଳାଙ୍କ ମା’ଙ୍କ ଡିଏନଏ ମ୍ଯାଚ କରାଯିବ। ପରେ ଅଭିଯୁକ୍ତ କିଣିଥିବା ଛୁରୀ ଓ ଗ୍ଲୋବସ ଦୋକାନର ଦୋକାନୀଙ୍କୁ ପ୍ରତ୍ଯକ୍ଷଦର୍ଶୀ ଭାବେ ଚିହ୍ନଟ କରାଯିବ। ସେନେଇ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ। ହେଲେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

କାହିଁକି ହତ୍ଯା କଲା ସଞ୍ଜୟ


ପୁଷ୍ପଲତା ପ୍ରିତିରଞ୍ଜନକୁ ବିବାହ ପୁର୍ବରୁ ସଞ୍ଜୟ ସହ ଦୀର୍ଘ ୨ ବର୍ଷ ଧରି ସମ୍ପର୍କରେ ଆସିଥିଲେ। ଅଥଚ ପ୍ରିତିରଞ୍ଜନକୁ ବିବାହ ଖବର ଜାଣିବା ପରେ ସଞ୍ଜୟ ପୁଷ୍ପଲତାକୁ ଭୁଲିପାରୁ ନଥିଲେ। ପୁଷ୍ପଲତା ଅନେକ ସମୟରେ ଦେଖା କରିବା ପାଇଁ ଓ ତା ପାଖକୁ ଆସିବାକୁ ଜିଦ ଧରୁଥିଲା। ଯାହା ପ୍ରିତିରଞ୍ଜନ ଜାଣିଲେ ଅସୁବିଧା ହେବ ଭାବି ପୁଷ୍ପଲତା କିଛିଦିନ ପାଇଁ ସଞ୍ଜୟ ପାଖକୁ ବୁଝାଇବାକୁ ଆସିଥିଲେ । ହେଲେ ସଞ୍ଜୟ ନ ବୁଝି ତା ପାଖରେ ରହିବାକୁ ଯିଦ ଧରୁଥିଲା । ଏପରିକି ସଂଜୟ ହତ୍ଯା ପୁର୍ବରୁ ‘ତୁ ମୋର ନୁହଁ କି କାହାର ନୁହଁ’ କହି ପୁଷ୍ପଲତାର ତଣ୍ଟି ଚିପିଦେଇଥିଲା । ଏନେଇ ପୋଲିସକୁ ଜଣାଇଛି ଅଭିଯୁକ୍ତ ସଞ୍ଜୟ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details