ଭୁବନେଶ୍ବର:ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା(National Exhibition and Project Competition)ରେ ଓଡିଶାର ଦୁଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ ଲାଗି କଲ୍ୟାଣୀ ସାହୁ ଓ ଶ୍ରେୟାଂଶ ବିକାଶ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଉଦଯାପିତ ହୋଇଛି ।
କଲ୍ୟାଣୀ ସାହୁ ବରଗଡ଼ ଜିଲ୍ଲାର ମୁରାପଲ୍ଲି ସ୍ଥିତ ଦେଓଲି ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ହସ୍ପିଟାଲରେ ରୋଗୀ ଏବଂ ବୟସ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅତ୍ୟାଧୁନିକ ବେଡ୍ ପ୍ରସ୍ତୁତ କରି ପୁରସ୍କୃତ ହୋଇଛନ୍ତି । କଲ୍ୟାଣୀଙ୍କ ନିର୍ମିତ ଏହି ବେଡ଼କୁ ଅତି ସହଜରେ ଉପର ଓ ତଳକୁ କରିହେବା ସହ ଏଥରେ ଅଟୋମେଟିକ୍ ବେଶିନର ସୁବିଧା ମଧ୍ୟ ରହିଛି । ସେହିଭଳି ବିଦ୍ୟୁତ୍ ସଂଯୋଗ ନଥିଲେ ମଧ୍ୟ ଏଥିରେ ଥିବା ଏଲିଡି ଆର ସେନସର ପରିଚାଳିତ ହୋଇପାରିବ । ଫଳରେ ଚାଲି ନପାରୁଥିବା ରୋଗୀ ମାନେ ଏଥିରେ ବହୁତ ଉପକୃତ ହୋଇପାରିବେ । ଧାରଣ ଲୋକଙ୍କ ହିତରେ ଆସିବା ଭଳି ଜିନିଷ ଉଦ୍ଭାବନ କରିବାକୁ ଲକ୍ଷ୍ୟ ରଖିଛନ୍ତି କଲ୍ୟାଣୀ ।