ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟ ଦେଇ ହାୱଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇ ଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ହାୱଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ
08407 ହାୱଡ଼ା-ଭାସ୍କୋ-ଡ଼ା-ଗାମା- ହାୱଡ଼ା ବିଶେଷ ଟ୍ରେନ ହାୱଡ଼ା ଠାରୁ 17 ରୁ 29 ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ରାତ୍ର ୧୧.୩୦ ମିନିଟରେ ଛାଡି ଭାସ୍କୋ-ଡ଼ା-ଗାମାରେ ପରବର୍ତ୍ତୀ ଦ୍ଵିତୀୟ ଦିବସ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ ।
ଫେରିବା ମାର୍ଗରେ, 08408 ଭାସ୍କୋ-ଡ଼ା-ଗାମା- ହାୱଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ ଭାସ୍କୋ-ଡ଼ା-ଗାମା ଠାରୁ 20 ଏପ୍ରିଲରୁ 2 ମେ ମଧ୍ୟରେ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ସକାଳ 6ଟା ୫୦ମିନିଟରେ ଛାଡି ହାୱଡ଼ା ଠାରେ ପରଦିନ ରାତ୍ରି ୧୧ଟା ୨୫ମିନିଟରେ ପହଞ୍ଚିବ ।
ଏହି ଟ୍ରେନ୍ ହାୱଡ଼ା-ଭାସ୍କୋ-ଡ଼ା-ଗାମା ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶିକାକୁଲମ୍ ରୋଡ, ବିଜୟନଗରମ୍, ବିଶାଖାପଟନମ ଏବଂ ଦୁଭାଡା ଠାରେ ରହଣି କରିବ ।
ହାୱଡ଼ା-ମହୀଶୂର-ହାୱଡ଼ା ବିଶେଷ ଟ୍ରେନ