ଓଡିଶା

odisha

ETV Bharat / city

ପୁରୀରୁ ଯୋଧପୁର ଓ ଅଜମେରକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ...

ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଅଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ ।

ପୁରୀରୁ ଯୋଧପୁର ଓ ଆଜମୀରକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍: ଦେଖନ୍ତୁ ସମ୍ପୁର୍ଣ୍ଣ ଲିଷ୍ଟ
ପୁରୀରୁ ଯୋଧପୁର ଓ ଆଜମୀରକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍: ଦେଖନ୍ତୁ ସମ୍ପୁର୍ଣ୍ଣ ଲିଷ୍ଟ

By

Published : Jan 14, 2021, 3:47 PM IST

Updated : Jan 14, 2021, 4:04 PM IST

ଭୁବନେଶ୍ବର: ପୁରୀରୁ ଯୋଧପୁର ଏବଂ ଅଜମେରକୁ ସ୍ବତନ୍ତ୍ର ଟ୍ରେନ। ନିମ୍ନଲିଖିତ ଅନୁଯାୟୀ ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି |

02093/02094 ପୁରୀ-ଯୋଧପୁର-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଜାନୁଆରୀ ୨୦ ଠାରୁ ପୁରୀରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଘ.୦୫ମି. ଛାଡିବ ଏବଂ ଜାନୁଆରୀ ମାସ ୨୩ ତାରିଖ ଠାରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ.୧୫ମି.ରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼ ଠାରେ ଏବଂ ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜୈନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୁର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ଉଭୟ ଦିଗରୁ ପୁରୀ ଓ ଯୋଧପୁର ମଧ୍ୟରେ ରହଣି କରିବ |

୦୨୦୩୭/୦୨୦୩୮ ପୁରୀ-ଅଜମେର-ପୁରୀ ସ୍ବତନ୍ତ୍ର ଟ୍ରେନ ଜାନୁୟାରୀ ମାସ ୨୧ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ରାତ୍ରି ୧୧ଘ.୦୫ମି. ରେ ଛାଡିବ ଏବଂ ଜାନୁଆରୀ ମାସ ୨୬ ତାରିଖ ଠାରୁ ଆଜମେରରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ସନ୍ଧ୍ୟା ୬ଘ.୫୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, ଢେଙ୍କାନାଳ, ବରଗଡ ରୋଡ, ବାଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଝି, ଖରିଆର ରୋଡ ଏବଂ ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱାର୍ଧା, ଭୁଷାବଲ, ଜଲଗାଓଁ, ସୁରଟ, ଭଦୋଦରା, ଅହମ୍ମଦାବାଦ, ସାବରମତୀ ସହିତ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ପୁରୀ ଏବଂ ଅଜମେର ମଧ୍ୟରେ ଉଭୟ ଦିଗରୁ ରହଣି କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 14, 2021, 4:04 PM IST

ABOUT THE AUTHOR

...view details