ଓଡିଶା

odisha

ETV Bharat / city

Containment Zone: ଭୁବନେଶ୍ବରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ - Bomikhal Bhubaneswar declared as containment zone

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌ । ଭୁବନେଶ୍ବର ବମିଖାଲ ଓ ଭିଏସ୍‌ଏସ୍‌ ନଗରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ଦୁଇଟି ପ୍ଲଟ୍‌ରେ କଟକଣା ଲଗାଇଲା BMC
ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ଦୁଇଟି ପ୍ଲଟ୍‌ରେ କଟକଣା ଲଗାଇଲା BMC

By

Published : Dec 21, 2021, 8:08 PM IST

ଭୁବନେଶ୍ବର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌ । ଭୁବନେଶ୍ବରର ଦୁଇଟି ସ୍ଥାନ ବମିଖାଲ ଓ ଭିଏସ୍‌ଏସ୍‌ ନଗରରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ବମିଖାଲ ଅଞ୍ଚଳର ଜୟଦୁର୍ଗାନଗର ଗୋଟିଏ ସ୍ଥାନରେ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଜୟଦୁର୍ଗାନଗର ୧୩୦୩/୧୩୦୪ ପ୍ଲଟ୍‌କୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି ।

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ଦୁଇଟି ପ୍ଲଟ୍‌ରେ କଟକଣା ଲଗାଇଲା BMC

ସେହିଭଳି ଭିଏସ୍‌ଏସ୍‌ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଏହି ସ୍ଥାନରେ ମଧ୍ୟ କୋରୋନା ସଂକ୍ରମିତ ଚହ୍ନଟ ହୋଇଥିଲେ । ଭୁବନେଶ୍ବର ମହାନଗର ନିଗମ ଏହାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ଭିଏସ୍‌ଏସ୍‌ ନଗରର AE -210 ପ୍ଲଟ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ଦୁଇଟି ପ୍ଲଟ୍‌ରେ କଟକଣା ଲଗାଇଲା BMC

ଭିଏସ୍‌ଏସ୍‌ ନଗରରେ ସାନିଟାଇଜେସନ ପାଇଁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସେପଟେ ଏହି ଦୁଇଟି ସ୍ଥାନକୁ ବାହର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏହି ସ୍ଥାନରୁ କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ଜରୁରୀକାଳୀନ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details