ଭୁବନେଶ୍ବର :ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ ହୋଇଥିବା ସୂଚନା ମିଳିଥିବାବେଳେ ଏଥିରେ ଦୁଇ ଯବାନ ଆହତ ହୋଇଛନ୍ତି । ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଏମ୍ସ ଅଣାଯାଇଛି । ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏଭଳି ଅଘଟଣ ପରେ ବିଶେଷ କରି ବାୟୁସେନା (IAF) ପାଇଲଟ ପଣ୍ଡିତକୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି ଅଭୟ । ବାୟୁ ସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଡିଜିପିଙ୍କୁ ନେଇ କୋରାପୁଟ ସୁନାବେଡା ଅଭିମୁଖେ ଉଡାଣ ଭରିଥିବା ବେଳେ ମାଓ ଏକକାଉଣ୍ଟର ସମ୍ପର୍କରେ ସୂଚନା ମିଳିଥିଲା । ଏଥିରେ ଯବାନ ଆହତ ହୋଇଥିବାବେଳେ ଏୟାରଲିଫ୍ଟ କରିବା ଆବଶ୍ୟକ ହୋଇ ପଡିଥିଲା । ଏୟାରଲିଫ୍ଟ ପାଇଁ ପାଇଁ ଖରାପ ପାଗ ସତ୍ତ୍ବେ ଅଲଟର ନେଟ ରୁଟ ଦେଇକି ଏକ ପାଦେଲପଡା ସ୍କୁଲ ନିକଟରେ ଅବତରଣ କରି ଦୁଇ ଗୁରୁତର ଯଵାନକୁ ଉଦ୍ଧାର କରି ଏୟାରଲିଫ୍ଟ ଯୋଗେ ସ୍ଥାନାନ୍ତରଣ କରିଥିଲେ ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟର ।
ବୌଦ୍ଧ-କନ୍ଧମାଳ ସୀମାରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ୨ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଛି । ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।