ଓଡିଶା

odisha

ETV Bharat / city

ଗଞ୍ଜାମର ଅଭିଜ୍ଞତାକୁ ଭୁବନେଶ୍ବରରେ ଲାଗୁ କରିବେ ଦୁଇ IAS - Two IAS will implement Ganjam's experience

ରାଜଧାନୀରେ କମିବ କି କୋଭିଡ ସଂକ୍ରମଣ ? ଗଞ୍ଜାମରେ କୋଭିଡ ନିୟନ୍ତ୍ରଣକୁ ଆଣିଥିବା ଦୁଇ ଆଇଏଏସକୁ ମହାନଗରର ଦାୟିତ୍ବ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର ।

ଗଞ୍ଜାମର ଅଭିଜ୍ଞତାକୁ ଭୁବନେଶ୍ବରରେ ଲାଗୁ କରିବେ ଦୁଇ IAS
ଗଞ୍ଜାମର ଅଭିଜ୍ଞତାକୁ ଭୁବନେଶ୍ବରରେ ଲାଗୁ କରିବେ ଦୁଇ IAS

By

Published : Sep 2, 2020, 11:52 AM IST

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣକୁ ଆଣିଥିବା ଦୁଇ ବରିଷ୍ଠ ଅଧିକାରୀ ଏବେ ଭୁବନେଶ୍ବର ଫେରିଛନ୍ତି। ସେମାନଙ୍କ ଅଭିଜ୍ଞତାକୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗଞ୍ଜାମର ଅଭିଜ୍ଞତାକୁ ଭୁବନେଶ୍ବରରେ ଲାଗୁ କରିବେ ଦୁଇ IAS

ଦୁଇ ଆଇଏଏସ ହେଲେ ପାରୁଲ ପଟୱାରୀ ଓ ଭିଶାଲ ସିଂ। ସେମାନେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଭଞ୍ଜନଗର ଏଡିଏମ ଭାବେ କାର୍ଯ୍ୟ କରୁଥିଲେ। କୋଭିଡ ପରିଚାଳନା ପାଇଁ ସେମାନେ ସରକାରଙ୍କୁ ସହଯୋଗ କରୁଥିଲେ। ସେଠାକାର ଅଭିଜ୍ଞତା ଭୁବନେଶ୍ବରରେ ଲାଗୁ କରିବେ। ଫଳରେ ରାଜଧାନୀରେ କିଛି ଦିନରେ ନିୟନ୍ତ୍ରଣକୁ ଆସିଯିବ ବୋଲି ସରକାର ଅନୁମାନ କରୁଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details