ଭୁବନେଶ୍ବର: ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍ଵାର୍ଡ ଦ୍ଵାରା ୨୯୪ କୋଟି ଟଙ୍କାର ଜିଏସଟି ବିଲ୍ ରାକେଟର ପର୍ଦ୍ଦାଫାଶ କରାଯାଇଛି । ୫୨.୭୭ କୋଟି ଟଙ୍କାର ଜାଲ୍ ଆଇଟିସି କରିଛି ଏହି ରାକେଟ୍ । ଜିଏସଟି ଆଇନ ୨୦୧୭ର ଧାରା ୬୯ ଅନୁସାରେ ରାଜ୍ୟ ଜିଏସଟି ଆୟୁକ୍ତଙ୍କୁ ଦିଆଯାଇଥିବା କ୍ଷମତା ବଳରେ ଏହି ଠକେଇରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରାଯାଇଛି ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଶୈଳଶ୍ରୀ ବିହାରର ସାହୁ ଟ୍ରେଡର୍ସ ମାଲିକ ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରାଉଗି । ବିଲ୍ର କାରବାର ଗୁଡିକୁ ଯାଞ୍ଚ କରାଯିବା ସହ ତଥ୍ୟ ସଂଗ୍ରହ ପରେ ୧୧ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରାଯାଇଥିଲା । ତେବେ ଏହା ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଜଣାପଡିଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲା ଯାଇ ପ୍ରଚୁର ଅର୍ଥ କରାବାର କରାଯାଇଛି । ଭଡାରେ ନିଆଯାଇଥିବା ଏହି ଜାଲ ପ୍ରତିଷ୍ଠାନର ଘର ମାଲିକଙ୍କୁ ମଧ୍ୟ ପଚାରାଉଚରା କରାଯାଇଛି ।