ଓଡିଶା

odisha

ETV Bharat / city

ନୂଆଁଖାଇ ପର୍ବ, ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା - ନୂଆଁଖାଇ ପର୍ବ ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି

ନୂଆଁଖାଇ ଅବସରରେ ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର (two days holiday declared for Nuakhai)। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ନୂଆଁଖାଇ ପର୍ବ, ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା
ନୂଆଁଖାଇ ପର୍ବ, ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା

By

Published : Aug 30, 2022, 9:52 PM IST

ଭୁବନେଶ୍ବର: ନୂଆଁଖାଇକୁ ନେଇ ଦାବି ମାନିଲେ ରାଜ୍ୟ ସରକାର(two days holiday declared for Nuakhai) । ଏହି ଗଣପର୍ବ ଅବସରରେ ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନୂଆଁଖାଇ ପର୍ବ, ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା

ଏହା ବି ପଢ଼ନ୍ତୁNuakhai festival: ନୂଆଁଖାଇ ପାଇଁ ୨ ଦିନ ଛୁଟି ଦାବି କଲେ ବିରୋଧୀ ଦଳନେତା

ଆସନ୍ତା ସେପ୍ଟେମ୍ବର 1 ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ହେବ । ଏହି ଅବସରରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ 2 ଦିନ ଛୁଟି ରହିବ(two days holiday in Sambalpur and bargarh) । ଏ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର (ସମ୍ବଲପୁର)ଙ୍କୁ ଏ ନେଇ ଚିଠି ଲେଖି ଜଣାଇଛନ୍ତି । ନୂଆଁଖାଇ ଅବସରରେ ସମ୍ବଲପୁର ଓ ବରଗଡ଼ ଜଲ୍ଲାରେ ସ୍ବତନ୍ତ୍ର ଭାବେ ଛୁଟି ହେବ ବୋଲି ଚିଠିରେ ସେ ଉଲ୍ଲେଖ ରହିଛି । ନୂଆଁଖାଇରେ ଛୁଟି ପାଇଁ ପଶ୍ଚିମ ଓଡିଶାର ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଓ ସଂଗଠନ ଦାବି କରିଥିଲେ । ଯାହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ।

ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗତ ଶୁକ୍ରବାର ଚିଠି ଲେଖି ଜୟ କହିଥିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଦିଆଯାଉ । ଏହି ପର୍ବ ପାଇଁ କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ଗୋଟିଏ ଦିନ ଛୁଟି ମିଳୁଛି । ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ୨ ଦିନ ସ୍ଥାନୀୟ ‌ଛୁଟି ଘୋଷଣା କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ ଜୟ ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ଚାଲିଥିବାବେଳେ ସୁବର୍ଣ୍ଣପୁରରେ ମଧ୍ୟ ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ଦାବି ହୋଇଛି । ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଏହି ଦାବି ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଛୁଟି ସମ୍ପର୍କରେ ଆଲୋଚନା କରିବା ସହିତ ଛୁଟି ଦେବାକୁ ଦୃଢ ଦାବି କରିଛନ୍ତି । ପୂର୍ବରୁ ବି ଅନେକ ସଂଗଠନ ନୂଆଁଖାଇ ପାଳନ ପାଇଁ ତିନି ଦିନ ଛୁଟି ଦାବି କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।

ABOUT THE AUTHOR

...view details