ଭୁବନେଶ୍ବର :ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ । ଗ୍ୟାଙ୍ଗର ଦୁଇ ସଦସ୍ୟ ଚେଙ୍ଗା ଓ ସନିଆଙ୍କ ଆତ୍ମସମର୍ପଣ । ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ।
ଖୋର୍ଦ୍ଧା SDJM କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଦୁଇ ଅଭିଯୁକ୍ତ ଚେଙ୍ଗା ଓ ସନିଆ। ଦୁଇ ଅଭିଯୁକ୍ତ ହେଉଛନ୍ତି ଚେଙ୍ଗା ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ - ସନାତନ ବେହେରା। ଜାମିନ ଖାରଜ ହେବାରୁ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଦୁଇ ଅଭିଯୁକ୍ତ। ଏହି ଘଟଣାରେ ପୂର୍ବରୁ 7 ଜଣ ଗିରଫ ହୋଇଥିଲେ। ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ ଏବଂ ଘର ଭାଙ୍ଗି ମାରଣାସ୍ତ୍ର ଜବତ କରିଥିଲା। ତେବେ ଏହି ଘଟଣାରେ ମୋଟ 29 ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଡିସିପି ଭୁବନେଶ୍ବର କହିଛନ୍ତି।