ଓଡିଶା

odisha

ETV Bharat / city

ବନ୍ଦ ହେଲା ବିଏମସି ଦ୍ବାରା ପରିଚାଳିତ ଦୁଇଟି କୋଭିଡ଼ କେୟାର ସେଣ୍ଟର - ବିଏମସି କମିଶନର

ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପରିଚାଳିତ, ଜାମୁଝାଡ଼ି ଓ ଜଟାଣିରେ ଦୁଇଟି କୋଭିଡ଼ କେୟାର ବନ୍ଦ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

Bmc pressmeet
କୋଭିଡ଼ କେୟାର ବନ୍ଦ

By

Published : Oct 16, 2020, 10:56 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ମାତ୍ର ବର୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ୩ ହଜାରରୁ ଅଧିକ ଆକ୍ଟିଭ କେସ ରହିଛି ଏବଂ ୨୨ ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇସାରିଲେଣି। ୭୫ % ଲୋକ ମଧ୍ୟ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ବିଏମସି ପକ୍ଷରୁ କୋରୋନା ସଚେତନତା ନିମନ୍ତେ ଗାଡି ମାଧ୍ୟମରେ ପ୍ରଚାର କରାଯାଉଛି ଏବଂ ଲୋକଙ୍କୁ ସଚେତନ ହେବାକୁ କୁହାଯାଉଛି ।

ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପରିଚାଳିତ, ଜାମୁଝାଡ଼ି ଓ ଜଟଣୀରେ ଦୁଇଟି କୋଭିଡ଼ କେୟାର ବନ୍ଦ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର । ଧୀରେଧୀରେ ମଧ୍ୟ କୋଭିଡ ହସ୍ପିଟାଲର ଆଇସିୟୁରୁ ରୋଗୀଙ୍କ ସଂଖ୍ୟା କମୁଛି। ଯାହା ଫଳରେ ଏବେ ବହୁତ ବେଡ଼ ରହିଛି। ୟୁରୋପର ଦେଶ ଗୁଡିକରେ ଭଲ ହୋଇଥିବା କୋରୋନା ପୁଣି ଫେରିଛି। ତେଣୁ ଆମକୁ ସତର୍କ ରହିବାକୁ ପଡିବ।

କୋଭିଡ଼ କେୟାର ବନ୍ଦ

ଭୁବନେଶ୍ବରରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟ କରାଯାଉଛି। ସହରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ୪୦୫ ଟି ଆଇସିୟୁ ବେଡ଼ ମଧ୍ୟରୁ ୩୦୫ ଟିରେ ରୋଗୀ ଚିକିତ୍ସତ ହେଉଛନ୍ତି।୧୦୦ ଟି ବେଡ଼ ଫାଙ୍କା ରହିଛି। ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ଡେଥ ଅଡ଼ିଟି ପାଇଁ ତିନୋଟି ଟିମ ଗଠନ କରାଯାଇଛି।

ଯାହାର କୋଭିଡ଼ରେ ମୃତ୍ୟୁ ହେଲେ, ତାଙ୍କୁ ଡେଥ ରିପୋର୍ଟ ମଧ୍ୟ ମିଳିବ। ଏପରିକି ବିଏମସିର ବିଭିନ୍ନ ଜୋନ ରେ ଡିସଚାର୍ଜ ସାର୍ଟିଫିକେଟ ମଧ୍ୟ ମିଳିବ। କୋଭିଡ ଚିକିତ୍ସିତ ନିଜେ ଯାଇ ଜୋନ କାର୍ଯ୍ୟାଳୟରୁ ଆଣିପାରିବେ ବୋଲି ବିଏମସି କମିଶନର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details