ଯାଜପୁର: ନଦୀରେ ବୁଡି 2 ଯୁବକ ମୃତ । ଯାଜପୁର ଜିଲ୍ଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବାବେଳେ ନଦୀରେ ବୁଡି ଦୁଇ ଯୁବକ ମୃତ ।
ସୂଚନା ଅନୁଯାୟୀ, ରବିବାର ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟକୁ 3 ଜଣ ଯୁବକ ଗାଧୋଇବା ପାଇଁ ଯାଇଥିଲେ । ଗୋଡ ଖସିଯିବାରୁ ସେମାନେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜିଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜା ଖୋଜି କରିବା ପରେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କର ମୃତଦେହକୁ ଉଦ୍ଧାର କରିଥିଲେ ।