ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀରେ ମଦର ଚୋରା ବିକ୍ରି । ତାହା ପୁଣି ଦୁଇଗୁଣା ଦରରେ ହୋମ ଡେଲିଭେରି । ଏଭଳି ଚୋରା ମଦ ବିକ୍ରି ବେଳେ ଧରାପଡିଛନ୍ତି ୨ ବ୍ଯବସାୟୀ। ସେମାନେ ହେଲେ ସୁକଦେବ ଗୌଡା, ଦୀପକ ବାରିକ । ୫୨ଏ ଓଡିଶା ଏକ୍ସସାଇଜ ଆକ୍ଟ ଏବଂ ଧାରା ୨୬୯/୨୭୦ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ ।
ସୂଚନା ମୁତାବକ ୟୁପିଆଇ ପେମେଣ୍ଟ ଜରିଆରେ ଆଡଭାନ୍ସ ନେଇ ଦୁଇଗୁଣା ଦରରେ ଏହି 2 ଜଣ ମଦ ବିକ୍ରି କରୁଥିଲେ । ଏପରିକି ଘରେ ନେଇ ପହଞ୍ଚାଇଲେ ଅଧିକ ଚାର୍ଜ ବି ଆଦାୟ କରୁଥିଲେ । ଏପରି ଭାବେ ଅଭ୍ଯସ୍ତ ନିଶା ନେଉଥିବା ଲୋକଙ୍କ ଡିମାଣ୍ଡ ଦେଖି ମାଲମାଲ ହେଉଥିଲେ 2 ବ୍ଯବସାୟୀ ।