ଭୁବନେଶ୍ବର: IAS ପୁଅର ଦବଙ୍ଗଗିରି । ବନ୍ଧୁକରେ ଆତଙ୍କ ଖେଳାଇ ହେଲେ ଗିରଫ । ଦୋକାନୀ ମୁଣ୍ଡରେ ରିଭଲଭର ଲଗାଇ ବନ୍ଧାହେଲେ ୨ଜଣ ଦୁର୍ବୃତ୍ତ । ଏଭଳି ଏକ କାଣ୍ଡ ଭୁବନେଶ୍ବରରେ ହୋଇଥିବାବେଳେ ସେ ଜଣେ ଅବସରପ୍ରାପ୍ତ IAS ଅଫିସର ଅଶୋକ କୁମାର ମିଶ୍ରଙ୍କ ପୁଅ ହୋଇଥିବା ନେଇ ସୂଚନା ରହିଛି । ଅଜାତଶତୃ ମିଶ୍ରଙ୍କ ସହ ବନ୍ଧୁ ସୁକୁମାର ମହାପାତ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଲା କମିଶନରେଟ ପୋଲିସ । ସେମାନଙ୍କ ଠାରୁ ଭାରତୀୟ ରିଭଲଭର ଓ ୬ରାଉଣ୍ଡ ଗୁଳି ସମେତ ଦୁଇଟି କାର ଜବତ କରିଛି ପୋଲିସ ।
ସୂଚନଯୋଗ୍ୟ ଯେ, ରବିବାର ସନ୍ଧ୍ୟା ପ୍ରାୟ ୭.୩୦ରେ ଅଜାତଶତୃମିଶ୍ର ଓ ସୁକୁମାର ମହାପାତ୍ର ଗୋଟିଏ ଧଳା ରଙ୍ଗର ଏସଯୁଭି OD-02-AS-6565 ଏବଂ ଗୋଟିଏ ଧଳା ରଙ୍ଗର ହ୍ୟୁଣ୍ଡାଇ ଆଇ-୨୦ OD-02-AB-6865 କାର୍ ଆଣି ଗଙ୍ଗପଡା ସ୍ଥିତ ପିଡିଏଲ ହବରେ ସଫା କରିବା ପାଇଁ କହିଥିଲେ । କିନ୍ତୁ ଶୋରୁମ୍ ବନ୍ଦ ହେବାର ସମୟ ହୋଇଯାଇଥିବା କହି ମନାକରିଥିଲେ କର୍ମଚାରୀ । ଏହି କଥାକୁ ନେଇ ଅଭିଯୁକ୍ତମାନେ ଉତ୍ୟକ୍ତ ହୋଇ ହବର ମାନେଜରଙ୍କ ସହିତ ତାଙ୍କର କର୍ମଚାରୀମାନଙ୍କୁ ଗାଳି ଗୁଲଜ କରିଥିଲେ ଏବଂ ଏକ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ।
IAS ପୁଅର ବନ୍ଧୁକବାଜ୍, ରିଭଲଭରରେ ଧମକାଇଲେ ବାନ୍ଧିଲା ପୋଲିସ
ରାଜଧାନୀରେ ଦୋକାନୀଙ୍କ ମୁଣ୍ଡରେ ରିଭଲଭର ଲଗାଇ ବନ୍ଧାହେଲେ ୨ଜଣ ଦୁର୍ବୃତ୍ତ । ୨ଜଣକୁ ଗିରଫକରି କୋର୍ଟ ଚାଲାଣ କରିଲା କମିଶନରେଟ ପୋଲିସ । ସେମାନଙ୍କ ଠାରୁ ଭାରତୀୟ ରିଭଲଭର ଓ ୬ରାଉଣ୍ଡ ଗୁଳି ସମେତ ଦୁଇଟି କାର୍ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ
IAS ପୁଅର ବନ୍ଧୁକବାଜ୍, ମୁଣ୍ଡରେ ରିଭଲଭର ଲଗାଇ ବନ୍ଧାହେଲେ ୨ ଅଭିଯୁକ୍ତ
ଅଭିଯୋଗକାରୀ ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ଭାରତୀୟ ନିର୍ମିତ ୩୨ ବୋର ଏମକେ-୩ ରିଭଲବର, ୬ଟି ୭.୬୩ ଏମଏମ ଗୁଳି ଏବଂ ୨ଟି କାର୍ ଜବତ କରି ତଦନ୍ତ ପାଇଁ ଥାନାକୁ ନେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Aug 23, 2022, 9:37 AM IST