ଓଡିଶା

odisha

ETV Bharat / city

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ ପୂର୍ବରୁ ପିନାକୀ-ସମ୍ବିତ ମୁ୍ହାଁମୁହିଁ - ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ ପୂର୍ବରୁ ପିନାକୀ-ସମ୍ବିତ ମୁ୍ହାଁମୁହିଁ

ଆଜି (ସୋମବାର) ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଉଦଘାଟନ ପୂର୍ବରୁ ଏହାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ଅଧିକ ପଢନ୍ତୁ

ପିନାକୀ-ସମ୍ବିତ ଟୁଇଟ୍ ୱାର
ପିନାକୀ-ସମ୍ବିତ ଟୁଇଟ୍ ୱାର

By

Published : Apr 11, 2022, 11:54 AM IST

ଭୁବନେଶ୍ବର: ଆଜି (ସୋମବାର) ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଉଦଘାଟନ ପୂର୍ବରୁ ଏହାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ମେଡ଼ିକାଲ କଲେଜ ନିର୍ମାଣରେ ଶ୍ରେୟ କାହାର ତାହାକୁ ନେଇ ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଜେପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ ନ କରାଯିବା ନେଇ ବିଜେପି ନେତା ସମ୍ବିତ ପାତ୍ର ଟ୍ବିଟ କରିଛନ୍ତି ।

ସେ କହିଛନ୍ତି ମେଡିକାଲ କଲେଜକୁ କେନ୍ଦ୍ର ଅନୁଦାନ ଦେଇଛନ୍ତି । ତେଣୁ ଉଦ୍‌ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାରେ ରାଜ୍ୟ ସରକାର ସୌଜନ୍ୟ ରକ୍ଷା କରି ନଥିବା ଅଭିଯୋଗ କରିଛନ୍ତି ସମ୍ବିତ । ସମ୍ବିତ ଏ ନେଇ ଟ୍ବିଟରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣରେ ମୋଟ 190 କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏଥିରୁ 113 କୋଟି ଟଙ୍କା କେନ୍ଦ୍ର ଅନୁଦାନ ଦେଇ ସାରିଛି । ଏହି କଲେଜ ଏବେ ଉଦ୍‌ଘାଟନ ହେଉଛି । ଉଦ୍‌ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀ କିମ୍ବା କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନି ବୋଲି ସେ ଅଭିଯୋଗ କରିଛନ୍ତି ।

କଲେଜ ଉଦ୍‌ଘାଟନ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସୌଜନ୍ୟମୂଳକ ନିମନ୍ତ୍ରଣ ରାଜ୍ୟ ସରକାର ଦେଇଥିଲେ ଠିକ୍ ହୋଇଥାନ୍ତା । ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର ‘ସବ୍‌କା ସାଥ, ସବୁ ବିଶ୍ଵାସ, ସବ୍‌କା ବିକାଶ, ସବୁ ପ୍ରୟାସ’କୁ ସଫଳ କରି ପାରନ୍ତା । ଜବାବରେ ପୁରୀ ସାଂସଦ ପିନାକୀ ମିଶ୍ର ପାଲଟା ଟ୍ଵିଟ୍ କରି କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପ୍ରକଳ୍ପରେ ମୋଟ ୬୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ମେଡିକାଲ କଲେଜକୁ କେନ୍ଦ୍ର ଅନୁଦାନ ୧୧୩ କୋଟି ଟଙ୍କା ଅର୍ଥାତ ୧୭. ୮ ପ୍ରତିଶତ ସହାୟତା ମିଳିଛି । ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏଥିଲାଗି ବାର୍ଷିକ ଖର୍ଚ୍ଚ ୪୦ କୋଟି ଲେଖାଏଁ ରାଜ୍ୟ ସରକାର ବହନ କରିବେ ।

ରାଜ୍ୟର ସ୍ବାର୍ଥ ଲାଗି କେନ୍ଦ୍ର ସରକାରଙ୍କ ଅନୁଦାନ ସ୍ବାଗତଯୋଗ୍ୟ ଏବଂ ଆମେ ସେଥିଲାଗି କୃତଜ୍ଞ । ପ୍ରୋଟୋକଲ ମୁତାବକ ମେଡିକାଲ କଲେଜ ଉଦ୍‌ଘାଟନ ଉତ୍ସବକୁ ରାଜ୍ୟ ସରକାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ମେଡିକାଲ କଲେଜ ଉଦ୍‌ଘାଟନ ଉତ୍ସବ ପୂର୍ବରୁ ବିଜେଡି ସାଂସଦ ଓ ବିଜେପି ମୁଖପାତ୍ରଙ୍କ ଟୁଇଟ୍ ୱାର ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି ।

b

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details