ଓଡିଶା

odisha

By

Published : Jun 2, 2022, 7:08 AM IST

ETV Bharat / city

ରାଜନୀତିରେ ନବୀନଙ୍କ 25 ବର୍ଷ, ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik

ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ୨୫ ବର୍ଷ ପୂରଣ କରିଛନ୍ତି । ଏହାପରେ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମରେ ତାଙ୍କୁ ୟୁଜର୍ସ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ

ରାଜନୀତିରେ ନବୀନଙ୍କ 25 ବର୍ଷ, ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik
ରାଜନୀତିରେ ନବୀନଙ୍କ 25 ବର୍ଷ, ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik

ଭୁବନେଶ୍ବର: ରାଜନୀତିରେ 25 ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା । ଦଳୀୟ ନେତା କର୍ମୀ ନବୀନ ନିବାସରେ ନବୀନଙ୍କୁ ଭେଟି ଦେଉଛନ୍ତି ଶୁଭେଚ୍ଛା ବାର୍ତ୍ତା । ସୋସିଆଲ ମିଡ଼ିଆରେ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଟ୍ବିଟର ୟୁଜର୍ସ । ୟୁଜର୍ସମାନେ ଅନେକ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଏବେ ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik ।

ଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik

ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତା ସୋସିଆଲ ମିଡ଼ିଆରେ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଟ୍ବିଟରରେ ଟ୍ରେଣ୍ଡ କରିଛନ୍ତି ନବୀନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉ ଅବା ପଞ୍ଚମ ପାଳିର ତୃତୀୟ ବର୍ଷ । ହକିକୁ ପ୍ରୋତ୍ସାହନ ନେଇ ଟ୍ବିଟରରେ ଟ୍ରେଣ୍ଡ କରିଛନ୍ତି ନବୀନ । ରାଜନୀତିରେ 25 ବର୍ଷ ପୂର୍ତ୍ତି ଅବସରରେ ପୁନର୍ବାର ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ନବୀନ । ନବୀନଙ୍କୁ ୟୁଜର୍ସଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଚାଲିଥିବା ଦେଖିବାକୁ ମିଳିଛି । ଏଣୁ ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenPattnaik ।

ABOUT THE AUTHOR

...view details