ଓଡିଶା

odisha

ETV Bharat / city

ଟ୍ରାଫିକ ପୋଲିସର ସଚେତନତା କାର୍ଯ୍ୟକ୍ରମ; ଶିଶୁଙ୍କୁ ବାଣ୍ଟିଲେ ହେଲମେଟ - ଦ୍ବେତ ନଗରର

ରାଜଧାନୀରେ ଟ୍ରାଫିକ ପୋଲିସର ନିଆର ସଚେତନା କାର୍ଯ୍ୟକ୍ରମ । ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 20, 2019, 7:52 AM IST

ଭୁବନେଶ୍ବର: ନୂଆ ମଟର ଯାନ ଆଇନ ଲାଗୁ ହେବା ପରେ ଏବେ ଟ୍ବିନ ସିଟିରେ ଟ୍ରାଫିକ ବ୍ୟବସ୍ଥା ସଜାଡିବା ସହ ନୂଆ ଆଇନ ଲାଗୁ କରିବାକୁ କମିଶନରେଟ ପୋଲିସ ଜୋରଦାର ଉଦ୍ୟମ କରୁଛି । ଯଦିଓ 3ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରାଯାଇଛି ତଥାପି ଫାଇନ ଉପରେ ଧ୍ୟାନ ନଦେଇ ପୋଲିସ ଲୋକଙ୍କୁ ସଚେତନତା କରୁଛି।

କେତେବେଳେ ଲୋକଙ୍କୁ ଚୋକଲେଟ ଦେଇ ତ କେବେ ପଥପ୍ରାନ୍ତ ନାଟକ ମାଧ୍ୟମରେ। ଦ୍ବେତ ନଗରର ବିଭିନ୍ନ ସ୍ଥାନ ଏବେ ଟ୍ରାଫିକ ସଚେତନତା ରଥ ବୁଲୁଛି। ଯେଉଁଥିରେ ନୂଆ ମଟର ଯାନ ଆଇନର ବିଭିନ୍ନ ନିୟମକୁ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି । ଖାଲି ଏତିକିରେ ପୋଲିସ ଅଟକି ନଯାଇ ବିନା ହେଲମେଟରେ ଯାଉଥିବା ଲୋକଙ୍କୁ ଧରି ଫାଇନ କାଟିବା ସହ ହେଲମେଟ ପ୍ରଦାନ କରୁଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗୁରୁବାର ଶିଶୁ ଭବନ ଛକରେ ସୁଜୁକି ସୁପର ସେଲସ ମୋଟର ଓ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ନାଟକ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ବୁଝାଇବା ସହ 14 ବର୍ଷରୁ କମ ଶିଶୁଙ୍କୁ ମଧ୍ୟ ହେଲମେଟ ପିନ୍ଧାଇ ପାଇଁ ଅଭିଭାବକଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଛୋଟ ଶିଶୁଙ୍କୁ ହେଲମେଟ ମଧ୍ୟ ମାଗଣାରେ ବଣ୍ଟନ କରିଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଯାହାକୁ ନେଇ ଲୋକେ ପ୍ରଶଂସା କରିଛନ୍ତି । ଟ୍ରାଫିକ ଡିସିପି କହିଛନ୍ତି ଧୀରେ ଧୀରେ ଲୋକେ ସଚେତନ ହେଉଛନ୍ତି।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details