ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଟ୍ବିଟ୍‌ ୱାର, ସମୀରଙ୍କୁ ଜବାବ ଦେଲେ ଲେନିନ୍‌ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ବିବାଦ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ । ଏହାକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଟ୍ବିଟ୍‌ ୱାର, ସମୀରଙ୍କୁ ଜବାବ ଦେଲେ ଲେନିନ୍‌
ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଟ୍ବିଟ୍‌ ୱାର, ସମୀରଙ୍କୁ ଜବାବ ଦେଲେ ଲେନିନ୍‌

By

Published : Jun 13, 2022, 7:20 AM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ । ଏକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ରର ଖବର ଆଧାରରେ ସେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ତେବେ ବର୍ତ୍ତମାନ ଏହାର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଲେନିନ୍‌ ମହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଦେଶଗସ୍ତକୁ ନେଇ ବର୍ତ୍ତମାନ ଟ୍ବିଟ୍‌ ବିଜେଡି ଓ ବିଜେପି ମଧ୍ୟ ଟ୍ବିଟ୍‌ ୱାର୍‌ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ବିଜେପି ସଭାପତି ଟ୍ବିଟ୍‌ କରି କହିଥିଲେ ଯେ, "ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତରେ ଥିବା ବେଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଏକ ଦୈନିକ ଇଂରାଜୀ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ, ଏହା ଚିନ୍ତାଜନକ। ବିଧାନସଭା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର । ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ ବୋଲି ମୁଁ ମନେ କରୁଛି ।"

ଏହାର ଜବାବ ଦେଇ ଲେନିନ ମହାନ୍ତି କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଏଯାଏ ସ୍ଥିରୀକୃତ ହୋଇ ନ ଥିବା ବେଳେ, ସତ କଣ ନ ଜାଣି ଏଭଳି ମନ୍ତବ୍ୟ ଦେବା, ରାଜ୍ୟ ବିଜେପି ସଭାପତିଙ୍କ ପକ୍ଷରେ ଉଚିତ ହେଉନାହିଁ । ରାଜ୍ୟ ବିଜେପି ସଭାପତି ବିନା ତଥ୍ୟ ଆଧାରରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ସଦାବେଳେ ସମର୍ପିତ ଭାବେ କାର୍ଯ୍ୟ କରିଆସୁଥିବାରୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । "

ABOUT THE AUTHOR

...view details