ଭୁବନେଶ୍ବର:ବାଲେଶ୍ବର ପାଇଁ ପ୍ୟାକେଜ ଘୋଷଣାକୁ ନେଇ ସୃଷ୍ଟି ହୋଇଛି ଝଡ । ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ସୋସିଆଲ ମିଡିଆରେ ଦୁଇ ଦଳର ନେତାଙ୍କ ଘମାଘୋଟ ଲଢେଇ । ପରସ୍ପରକୁ ଛାଡୁଛନ୍ତି ପ୍ରଶ୍ନବାଣ ।
ମଙ୍ଗଳବାର ବାଲେଶ୍ବର ଯାଇଥିଲେ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ଆଉ ଏପଟେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ପାଇଁ ଘୋଷଣା କଲେ ପ୍ୟାକେଜ । ତେବେ ଆଗକୁ ପିପିଲିରେ ବିଧାନସଭା ଉପନିର୍ବାଚନ ଥିବାବେଳେ ବାଲେଶ୍ବର ପାଇଁ କିପରି ରାଜ୍ୟ ସରକାର ପ୍ୟାକେଜ ଘୋଷଣା କଲେ, ଏହାକୁ ନେଇ ପ୍ରଶ୍ନ କରିଥିଲା ବିଜେପି ।
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ କରି କହିଥିଲେ, ସୁରେଶ ବାବୁ ଆପଣ ଜଣେ ଜଣାଶୁଣା ବରିଷ୍ଠ ଓଡ଼ିଆ ପ୍ରଶାସନିକ ଅଧିକାରୀ । ଆପଣ ବାଲେଶ୍ବର ଗଲେ । ସାଙ୍ଗରେ ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କୁ ନେଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ପିପିଲି ନିର୍ବାଚନ ମଣ୍ଡଳୀର ଦାୟିତ୍ବ ନିଜ ମୁଣ୍ଡକୁ ନେବାର ଘୋଷଣା କଲେ, ପୂର୍ବରୁ ଉପନିର୍ବାଚନ ହୋଇଥିବା ବାଲେଶ୍ବର ପାଇଁ ଆପଣ ପ୍ୟାକେଜ ଘୋଷଣା କଲେ ।
ସମ୍ବିତ କହିଛନ୍ତି, ଆମ ଦଳ ବିଜେପି ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ପରେ ଖୋଦ ମୁଖ୍ୟ ଶାସନ ସଚିବଙ୍କ ରାଜନୈତିକ ପୃଷ୍ଠଭୂମିରେ ଭୋଟରଙ୍କୁ ପ୍ରଭାବିତ ଉଦ୍ୟମ ଚିନ୍ତାଜନକ । ମହାପାତ୍ର ବାବୁ ଆପଣଙ୍କ ଠାରୁ ଏପରି ରାଜନୈତିକ ଆଭିମୁଖ୍ୟ ଆଶା କରାନଯାଏ । ଆପଣଙ୍କ ଠାରୁ ରାଜ୍ୟବାସୀ ନିରପେକ୍ଷତା ଅପେକ୍ଷା ରଖିଛନ୍ତି ।