ଭୁବନେଶ୍ବର: ଦିନକୁ ଦିନକୁ ମହିଳା ନିଖୋଜ ଘଟଣା ବଢିବାରେ ଲାଗିଛି । ନିଖୋଜ ମହିଳାଙ୍କର ଉଦ୍ଧାର ପାଇଁ ଥାନାରେ ଏତଲା ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ସମସ୍ତ ନିଖୋଜ ମହିଳାଙ୍କ ବାବଦରେ ସଠିକ ସୂଚନା ମିଳି ପାରିନାହିଁ । ସେମାନଙ୍କର କିଛି ସନ୍ଧାନ ମିଳିଛି କି ନାହିଁ ଏବିଷୟରେ କାହାରି ପାଖରେ ଉତ୍ତର ନାହିଁ ।
ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ । ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗତ ୩ ବର୍ଷ ଭିତରେ ୨୫, ୯୭୩ ଜଣ ମହିଳା ନିଖୋଜ ହୋଇଥିଲେ । ସେଥିମଧ୍ୟରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅବଶିଷ୍ଟ ୧୬,୦୫୩ ଜଣ ମହିଳା ଏବେବି ନିଖୋଜ ଅଛନ୍ତି ।