ଭୁବନେଶ୍ବର: ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ । କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସାଲଗାଁ ଓ ଭୈରିପୁର ନିକଟସ୍ଥ ଏକ ପୋଖରୀରୁ କଇଁଛଟିକୁ ଉଦ୍ଧାର କରାଯାଇଛି । ଏହାର ଓଜନ ପାଖାପାଖି 60 କେଜି ହେବ । ବଇଁଶ କଣ୍ଟାରେ ଲାଗିଥିବା ଏହି ବିରଳ ପ୍ରଜାତିର କଇଁଛଟିକୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଓୟୁଏଟିକୁ ଅଣାଯାଇଛି ।
ବିରଳ ପ୍ରଜାତିର କଇଁଛ ଉଦ୍ଧାର, ଚିକିତ୍ସା ପାଇଁ ଆସିଲା OUAT - OUATରେ ଚାଲିଛି ଅପରେସନ
କଟକ ଜିଲ୍ଲା ଟାଙ୍ଗୀ ବ୍ଲକରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । କଇଁଛଟି ବଇଁଶୀ କଣ୍ଟାରେ ଲାଗି ଛଟପଟ୍ ହେଉଥିଲା । ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଓୟୁଏଟିକୁ ଅଣାଯାଇଛି ।
ବିରଳ ପ୍ରଜାତିର କଇଁଛ ଉଦ୍ଧାର
ସୂଚନା ଅନୁଯାୟୀ, ଗତ ଗୁରୁବାର ପୋଖରୀରେ କଇଁଛ ଥିବା ଦେଖି ସ୍ଥାନୀୟ ଲୋକେ କଟକ ଡିଏଫଓକୁ ଖବର ଦେଇଥିଲେ । ଖବର ପାଇ ଡିଏଫଓ ପହଞ୍ଚି କଇଁଛଟିକୁ ଉଦ୍ଧାର କରି ଅପରେସନ ପାଇଁ ଭୁବନେଶ୍ବର ଆଣିଛନ୍ତି । ତେବେ ମଧୁର ଜଳରେ ବାସ କରୁଥିବା ଏହା ଏକ ମାଈ ପ୍ରଜାତିର କଇଁଛ ଅଟେ । ଯାହାର ବୟସ 50 ବର୍ଷ ହେବ ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Nov 1, 2019, 5:05 PM IST