ଓଡିଶା

odisha

ETV Bharat / city

ଅସଦାଚରଣ ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ବାନ୍ଧିଲା ପୋଲିସ - ଭରତପୁର ଥାନା ପୋଲିସ

ଅଭିଯୋଗର ଦେଢମାସ ପରେ ଗିରଫ ହେଲେ ରାଜ୍ୟସାରା ଚର୍ଚ୍ଚାର ପରିସରକୁ ଆସିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ । ଅସଦାଚରଣ ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଅଧିକ ପଢନ୍ତୁ

ଅସଦାଚରଣ ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ବାନ୍ଧିଲା କମିଶନରେଟ ପୋଲିସ
ଅସଦାଚରଣ ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ବାନ୍ଧିଲା କମିଶନରେଟ ପୋଲିସ

By

Published : Sep 29, 2022, 10:39 PM IST

ଭୁବନେଶ୍ବର:ବହୁ ଚର୍ଚ୍ଚିତ ବର୍ଷା ଓ ଟୁଙ୍ଗୁର ଭୋଳ କାହାଣୀରେ ନୁଆ ଟ୍ବିଷ୍ଟ। ରାଜ୍ୟସାରା ଚର୍ଚ୍ଚାର ପରିସରକୁ ଆସିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ଗିରଫ । ବର୍ଷା ପକ୍ଷରୁ ଦିଆଯାଇଥିବା ଅସଦାଚରଣ ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ:ଟୁଙ୍ଗୁରୁ ପାଇଁ ଦିଗହରା ସୋସିଆଲ୍ ମିଡିଆ: ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବର୍ଷାକୁ ଧମକାଇବା ମାଡ ମାରିବା ଓ ଅସଦାଚରଣ ମାମଲାରେ ଗିରଫ କରିଛି କମିଶନରେଟ୍ ପୋଲିସର ଭରତପୁର ଥାନା ପୋଲିସ। ଆପିସିର ଧାରା ୨୯୪,୩୪୧,୫୦୬,୩୭୬,୩୨୩,୩୪ ଆପିସିରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ଗତ ଅଗଷ୍ଟ ୧୦ ତାରିଖରେ ଭରତପୁର ଥାନାରେ ବର୍ଷା ଭୋଳ ଅଭିଯୋଗ କରିଥିଲେ। ବର୍ଷାଙ୍କ ସହ ଟୁଙ୍ଗୁର ଏକ ଅଟୋରେ ଦେଖା ହୋଇଥିଲେ। ପରେ ତାଙ୍କଠୁ ନମ୍ବର ନେଇ ପରେ କଥାବାର୍ତ୍ତା ସହ ସମ୍ପର୍କ ବଢାଇଥିଲେ।ଏପରିକି ତାଙ୍କୁ ସହ ବୁଲାବୁଲି କରିବା ସହ ତାଙ୍କୁ ଏକ ଘର କିଣାଇଦେବାର‌ ପ୍ରତିଶୃତି ଦେଇଥିଲେ। ତେବେ ଗତ ଜୁଲାଇ ୨୭ ତାରିଖ ଦିନ ବର୍ଷାକୁ ଫୁଲେଶ୍ବରିବସ୍ତିକୁ ଡକାଇଥିଲେ ଟୁଙ୍ଗୁରଭୋଳ। ସେଠାରେ ଏକ ଘର ଭିତରେ ଜଣେ ମହିଳା ସହ ମିଶି ବର୍ଷା ସହ ଅସଦାଚରଣ କରିଥିଲେ। ବର୍ଷା ଭୋଳ ବିବାହିତ ହୋଇ ବି ଜାଣି ଟୁଙ୍ଗୁରୁ ତାଙ୍କ ସହ ଏପରି କରିଥିଲେ। ପରେ ତାଙ୍କୁ ବିବାହର‌ ପ୍ରତିଶୃତି ଦେଇ ତାଙ୍କୁ ବିବାହ କରିବାର ପ୍ରଲୋଭନ‌ ଦେଖାଇ‌ ଚାଲିଥିଲେ ।

ଏପରିକି ସମୟ ସମୟରେ ବିବାହର ପ୍ରତିଶୂତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପରେ ଗତ ଅଗଷ୍ଟ ୩ତାରିଖରେ ଯେତେବେଳେ ବର୍ଷା ଟୁଙ୍ଗୁରୁ ପାଖକୁ ଯାଇଥିଲେ।ସେହି ସମୟରେ ଟୁଙ୍ଗରୁ ତାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରି ଧକ୍କା ଦେଇ ବିବାହ ନକରିବାକୁ କହି ସେଠାରୁ ତଡି ଦେଇଥିଲେ। ଏନେଇ ପୋଲିସ ଏସବୁ ଅଭିଯୋଗ ଆଧାରରେ ଟୁଙ୍ଗୁରକୁ ଗିରଫ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ।

ସୂଚନାଯୋଗ୍ୟ ଯେ, ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଓଡ଼ିଶାର ପୁରପଲ୍ଲୀ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଥିଲା । ଦୁଇଜଣଙ୍କ ନାମରେ ଅନେକ ଗୀତ ମଧ୍ୟ ରିଲିଜ ହୋଇଥିଲା । ଏପରିକି ସୋସିଆଲ ମିଡିଆରେ ଛାଇ ଯାଇଥିଲା ଉଭୟଙ୍କ ଫଟୋ ଓ ଭିଡିଓ । ହେଲେ ଏହାକୁ ବିରୋଧ କରିଥିଲେ ଅନଲାଇନ ଅଟୋ ଡ୍ରାଇଭର ମହାସଂଘ ।ଡିସିପିଙ୍କୁ ଭେଟି ଟୁଙ୍ଗୁରୁଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details