ଭୁବନେଶ୍ବର/ସମ୍ବଲପୁର: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରିବା ମାମଲା(Teacher Elopes with Two Minor Students in bhubaneswar))ରେ ଧରା ପଡିଛନ୍ତି ଅଭିଯୁକ୍ତ ସାର୍ । ସମ୍ବଲପୁର ଅଇଁଠାପାଲିରୁ ପୋଲିସ ତାଙ୍କୁ ଗିରଫ କରିଛି । ଟ୍ୟୁସନ ସାର ଗୋପାଳକୃଷ୍ଣ ବର୍ତ୍ତିଆଙ୍କୁ ପୋଲିସ ଗିରଫ କରିବା ସହ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଟିଉସନ ସାର୍ ଗୋପାଳକୃଷ୍ଣ ୨ ଦିନ ଧରି ୨ ଛାତ୍ରୀଙ୍କୁ ନେଇ କେଉଁ ଆଡେ ଫେରାର୍ ହୋଇଯାଇଥିଲେ । ଛାତ୍ରୀଙ୍କ ପରିବାର ଲୋକେ ତାଙ୍କ ସହ ଯୋଗୋଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ଫଳରେ ବାଧ୍ୟହୋଇ ଗତକାଲି(ମଙ୍ଗଳବାର) ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଭୁବନେଶ୍ୱର କମିଶନରେଟ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କ ମୋବାଇଲ ଫୋନକୁ ଟ୍ରାକ କରି ଅଇଁଠାପାଲି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ।