ଓଡିଶା

odisha

ETV Bharat / city

ସାମ୍ନାକୁ ଆସିଲା ସତ୍ୟତା, ଭୁବନେଶ୍ବର ଭିଡିଓକୁ ଅହମ୍ମଦାବାଦର ଦର୍ଶାଇ କରାଯାଉଥିଲା ଭାଇରାଲ - ଅହମ୍ମଦାବାଦର ମିଥ୍ୟା ଭିଡିଓର ସତ୍ୟାସତ୍ୟ

ସାମ୍ନାକୁ ଆସିଲା ଅହମ୍ମଦାବାଦର ମିଥ୍ୟା ଭିଡିଓର ସତ୍ୟତା । ଭୁବନେଶ୍ବରରେ ଉଚ୍ଛେଦ ସମୟର ଭିଡିଓକୁ ଅହମ୍ମଦାବାଦର କହି ସୋସିଆଲ ମିଡିଆରେ କରାଯାଉଥିଲା ଭାଇରାଲ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ଅହମ୍ମଦାବାଦରେ ଏପରି କରାଯାଉଥିବା ଦର୍ଶାଇ ଫେକ୍‌ ଭିଡିଓ ଭାଇରାଲ ହେଉଥିବା ଜଣାପଡିଛି ।

truth of Street vendors evicted in gujarat
ସାମ୍ନାକୁ ଆସିଲା ସତ୍ୟାସତ୍ୟ, ଭୁବନେଶ୍ବରର ଭିଡିଓକୁ ଅହମ୍ମଦାବାଦର ଦର୍ଶାଇ କରାଯାଉଥିଲା ଭାଇରାଲ

By

Published : Feb 21, 2020, 11:56 AM IST

ଭୁବନେଶ୍ବର: ସାମ୍ନାକୁ ଆସିଲା ଅହମ୍ମଦାବାଦର ମିଥ୍ୟା ଭିଡିଓର ସତ୍ୟାସତ୍ୟ । ଭୁବନେଶ୍ବରରେ ଉଚ୍ଛେଦ ସମୟର ଭିଡିଓକୁ ଅହମ୍ମଦାବାଦର କହି ସୋସିଆଲ ମିଡିଆରେ କରାଯାଉଥିଲା ଭାଇରାଲ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ଅହମ୍ମଦାବାଦରେ ଏପରି କରାଯାଉଥିବା ଦର୍ଶାଇ ଫେକ୍‌ ଭିଡିଓ ଭାଇରାଲ ହେଉଥିବା ଜଣାପଡିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଅହମ୍ମଦାବାଦକୁ ନେଇ ଦେଶ ସାରା ଚର୍ଚ୍ଚା । କେତେବେଳେ ଅହମ୍ମଦାବାଦରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ପାଇଁ ବସ୍ତିଗୁଡିକ ଉଚ୍ଛେଦ ହେବା ସହ ଜେସିବି ସାହାଯ୍ୟରେ ଅନେକ ଜିନିଷ ପତ୍ର ଭଙ୍ଗା ଯାଉଥିବାର ଭିଡିଓ ଭାଇରାଲ ହେଉଛି ତ ଆଉ କେତେବେଳେ ସେଠାରେ ବଡ ବଡ ପାଚେରୀ ଉଠୁଥିବାର ଖବର ଆସୁଛି ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଗୋଟିଏ ଜେସିବି ଅନେକ ଠେଲାଗାଡିକୁ ଭାଙ୍ଗୁଥିବାର ଦେଖାଯାଇଥିଲା । ଏହାକୁ ଅହମ୍ମଦାବାଦର ଦର୍ଶାଇ ଟ୍ରମ୍ପଙ୍କ ସ୍ବାଗତ ପାଇଁ ଏପରି ପ୍ରସ୍ତୁତି ଚାଲିଥିବା ଭିଡିଓରେ ଉଲ୍ଲେଖ ଥିଲା । ହେଲେ ଏହି ଭିଡିଓଟି ଭୁବନେଶ୍ବରର ବୋଲି ଜଣାପଡିଛି । ଭୁବନେଶ୍ବରର ଏକ ନମ୍ବର ହାଟରେ ଜବରଦଖଲ ଉଚ୍ଛେଦ ସମୟର ଏହି ଦୃଶ୍ୟ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details