ଭୁବନେଶ୍ବର: ଲଦାଖର ଗଲୱାନ ସେକ୍ଟର ଅଞ୍ଚଳରେ ଡ୍ରାଗନ ସେନାର ଆକ୍ରମଣରେ ଦେଶର 20 ବୀର ଯବାନ ଶହୀଦ ହୋଇଛନ୍ତି । ଏଥିରେ ଓଡିଶାର ଦୁଇ ଯବାନ ଅଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଛି । ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଚୀନରୁ ଦୃଢ ଜବାବ ଦେବାକୁ ସାଧାରଣରେ ଦାବି ହୋଇଛି ।
ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ଜୋର ଧରିଲା ଚାଇନା ସାମଗ୍ରୀ ବର୍ଜନ ଦାବି - Tribute to the heroic martyrs
ରାଜଧାନୀରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିସହ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ କରାଯାଇଛି । ଅଧିକ ପଢନ୍ତୁ...
ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ଜୋର ଧରିବା ଚାଇନା ସାମଗ୍ରୀ ବର୍ଜନ ଦାବି
ଏନେଇ ଭୁବନେଶ୍ବରର 120 ବାଟାଲିୟନ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଆହ୍ବାନ କରାଯାଇଛି । ଫଳରେ ଚୀନକୁ ଉପଯୁକ୍ତ ଶିକ୍ଷା ମିଳି ପାରିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ