ଓଡିଶା

odisha

ଜେଟଲୀଙ୍କ ସ୍ମୃତିରେ 5 ରେ ଶ୍ରଦ୍ଧାଞ୍ଜଳୀ ସଭା କରିବ ରାଜ୍ୟ ବିଜେପି

By

Published : Sep 3, 2019, 8:17 PM IST

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ମରଣରେ ରାଜ୍ୟ ବିଜେପି ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଦିନ ଭୁବନେଶ୍ବରର ଏକ ତାରକା ହୋଟେଲରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ହେବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମରଣରେ ରାଜ୍ୟ ବିଜେପି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ । ଗୁରବାର ଦିନ ୧୦.୩୦ରେ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତଃ ଜେଟଲୀଙ୍କ ସ୍ମୃତି ଚାରଣ କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ । ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟର ସମସ୍ତ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଯୋଗଦାନ ଦେବାକୁ ଅନୁରୋଧ କରାଯାଇଛି ବୋଲି ମହାପାତ୍ର ସୂଚନା ଦେଇଛନ୍ତି ।

ସ୍ୱର୍ଗତଃ ଜେଟଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ବେଳେ ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଥିବା ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details