ଭୁବନେଶ୍ବର: ନୃତ୍ୟନିଳୟ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ଗଙ୍ଗା ,ଯମୁନା ଓ ସରସ୍ବତୀ ନଦୀର ମିଳନସ୍ଥଳ "ତ୍ରିବେଣୀ" ର ଚମତ୍କାର ପରିବେଷଣ କରିଥିଲେ।
ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବେ ପରିଚିତ ତ୍ରିବେଣୀ ଆର୍ଯ୍ୟ ସଂସ୍କୃତିର ଉତ୍ପତ୍ତି କେନ୍ଦ୍ର ଭାବେ ରହିଆସିଛି। ଯାହାର ବାଖ୍ୟା ନୃତ୍ୟଶିଳ୍ପୀମାନେ ଖୁବ ଚମତ୍କାର ଭାବେ ପରିବେଷଣ କରିଥିଲେ।