ଓଡିଶା

odisha

ETV Bharat / city

ପ୍ରମୋଦ ପୃଷ୍ଟିଙ୍କ ବଦଳି: ବିଏମସି କମିଶନର କହିଲେ ମାମଲା ସମ୍ପୂର୍ଣ୍ଣ ତାଙ୍କ ବ୍ୟକ୍ତିଗତ ବ୍ୟାପାର - ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା ଭୁବନେଶ୍ବର

ବିଏମସି ନର୍ଥ ଜୋନ ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ବଦଳି ନେଇ ମୁଁହ ଖୋଲିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ମାମଲା ତାଙ୍କର ବ୍ୟକ୍ତିଗତ ବ୍ୟାପାର, ଏଥିରେ ବିଏମସିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ପ୍ରମୋଦ ପୃଷ୍ଟିଙ୍କ ବଦଳି ନେଇ ମୁଁହ ଖୋଲିଲେ ବିଏମସି କମିଶନ
ପ୍ରମୋଦ ପୃଷ୍ଟିଙ୍କ ବଦଳି ନେଇ ମୁଁହ ଖୋଲିଲେ ବିଏମସି କମିଶନ

By

Published : Nov 7, 2020, 5:24 PM IST

ଭୁବନେଶ୍ବର: ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡିଥିବା ବିଏମସି ନର୍ଥ ଜୋନ ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ବଦଳି ନେଇ ମୁଁହ ଖୋଲିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ପ୍ରମୋଦଙ୍କ ନାମରେ ଆସିଥିବା ସମସ୍ତ ଅଭିଯୋଗ ତାଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି କମିଶନର କହିଛନ୍ତି ।

ତେବେ ଡେପୁଟି କମିଶନର ପ୍ରମୋଦଙ୍କ ନାମରେ କିଛି ଅଭିଯୋଗ ଆସିଲା ବୋଲି ତାଙ୍କୁ ବଦଳି କରାଯାଇଛି, ଏବେ ତାଙ୍କ ସ୍ଥାନରେ ଅନ୍ୟଜଣେ ଅଫିସରଙ୍କୁ ନିଯୁକ୍ତ କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର କହିଛନ୍ତି । ତାଙ୍କ ନାମରେ ଆସିଥିବା ଅଭିଯୋଗ ତାଙ୍କ ବ୍ୟକ୍ତିଗତ କଥା, ପ୍ରମୋଦ ବର୍ତ୍ତମାନ ଲମ୍ବା ଛୁଟିରେ ଅଛନ୍ତି ବୋଲି ସେ କହିଛନ୍ତି । ଏଥିସହ ଅଫିସରଙ୍କ ସମ୍ପର୍କୀୟଙ୍କ ନାମରେ ଅଭିଯୋଗ ଆସିଛି, ତେଣୁ ବିଏମସି ସହ ଅଭିଯୋଗର କୌଣସି ସମ୍ପର୍କ ନାହିଁ ବୋଲି ପ୍ରେମ ଚନ୍ଦ୍ର କହିଛନ୍ତି । ଏପର୍ଯ୍ୟନ୍ତ ଘଟଣାକୁ ନେଇ ଶିଶୁ ସୁରକ୍ଷା କମିଶନଙ୍କ କୌଣସି ନୋଟିସ୍ ସେ ପାଇନଥିବା ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ ବିଏମସି ନର୍ଥ ଜୋନ ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ସମ୍ପର୍କୀୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଜଣେ ଆଦିବାସୀ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ମାମଲାକୁ ନେଇ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details