ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି 22ତମ କଳିଙ୍ଗ ପୁସ୍ତକ ମେଳା । ଚଳିତଥର 130ଟି ପୁସ୍ତକ ଷ୍ଟଲ ସହ ଆଦିବାସୀ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ପୁସ୍ତକ ମେଳାକୁ ଆସୁଥିବା ଲୋକମାନେ ଏହି ଆଦିବାସୀ ଖାଦ୍ୟ ଷ୍ଟଲରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ।
କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର - 22ତମ କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର
22ତମ କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର ଅଧିକ ଥିବା ଦେଖିବାକୁ ମିଳୁଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଆଦିବାସୀ କଳା, ସଂସ୍କୃତି ଓ ଖାଦ୍ୟର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ମହିଳା ମାନେ ନିଜର ପାରମ୍ପରିକ ଖାଦ୍ୟ ସହ ହଜିଯାଉଥିବା ଜଙ୍ଗଲଜାତ ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବାକୁ ଥିବା ବେଳେ ପାରମ୍ପରିକ ଆଦିବାସୀ ଖାଦ୍ୟ 3 ଦିନ ପାଇଁ ପ୍ରଦର୍ଶନ ତଥା ବିକ୍ରି କରାଯିବ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
TAGGED:
22ତମ କଳିଙ୍ଗ ପୁସ୍ତକ ମେଳା