ଓଡିଶା

odisha

ETV Bharat / city

ଆଦିବାସୀ ମେଳା ଉଦଯାପିତ, ଚଳିତ ବର୍ଷ ଦୁଇ କୋଟି ବ୍ୟବସାୟ - ଆଦିବାସୀ ମେଳା ଉଦଯାପିତ

ଉଦଯାପିତ ହେଲା ଆଦିବାସୀ ମେଳା। କୋଭିଡ କଟକଣା ମଧ୍ୟରେ ଜାନୁଆରୀ 26 ତାରିଖରୁ ଆଦିବାସୀ ମେଳାରୁ ଶୁଭାରମ୍ଭ ହୋଇଥିଲା। ଅଧିକ ପଢ଼ନ୍ତୁ...

tribal fair ends at bhubaneswar
ଆଦିବାସୀ ମେଳା ଉଦଯାପିତ, ଚଳିତ ବର୍ଷ ଦୁଇ କୋଟି ବ୍ୟବସାୟ

By

Published : Feb 9, 2021, 10:45 PM IST

ଭୁବନେଶ୍ବର:ଉଦଯାପିତ ହେଲା ରାଜଧାନୀ ୟୁନିଟ ୧ ସ୍ଥିତ ଆଦିବାସୀ ମେଳା। କୋଭିଡ କଟକଣା ମଧ୍ୟରେ ଜାନୁଆରୀ 26 ତାରିଖରୁ ଆଦିବାସୀ ମେଳାରୁ ଶୁଭାରମ୍ଭ ହୋଇଥିଲା। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚିରାଚରିତ ଭାବେ ସାଧାରଣତନ୍ତ୍ର ଦିବସ ଅବସରରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଫେବୃଆରୀ ୯ ତାରିଖ ଯାଏଁ ଚାଲିଥିଲା। 15 ଦିନ ଧରି ଚାଲିଥିଲା ଏହି ଆଦିବାସୀ ମେଳା। ଚଳିତ ବର୍ଷ ଏହି ମେଳାରେ ଦୁଇ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।

ଆଦିବାସୀ ମେଳା ଉଦଯାପିତ, ଚଳିତ ବର୍ଷ ଦୁଇ କୋଟି ବ୍ୟବସାୟ

ଅନୂସୁଚିତ ଜାତି ଓ ଅନୁସୁଚିତ ଜନଜାତି ବିଭାଗ ଦ୍ବାରା ଆୟୋଜିତ ୬୭ତମ ଆଦିବାସୀ ମେଳାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। କୋଭିଡ କଟକଣା ଯୋଗୁଁ ଉଭୟ ଭର୍ଚୁଆଲ ଓ ପ୍ରତ୍ୟକ୍ଷ ଭାବେ ଆୟୋଜିତ ହୋଇଥିଲା ଆଦିବାସୀ ମେଳା। ପ୍ରତ୍ୟେକ ଦିନ ମେଳା ପୂର୍ବାହ୍ନ 11 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଚଳିତ ବର୍ଷ ଆଦିବାସୀ ଓ ପାରମ୍ପରିକ ସାମଗ୍ରୀ ବିକ୍ରିବଟା ପାଇଁ ୯୦ଟି ଫିଜିକାଲ୍ ଓ ୧୦ ଟି ଭର୍ଚୁଆଲ ଆକାରରେ ମୋଟ ୧୦୦ ଟି ଷ୍ଟଲ ରହିଛି ରହିଥିଲା।

ଏଥର କିନ୍ତୁ ଫୁଡ୍ କୋର୍ଟ, ଆଦିବାସୀ ଝାଟିମାଟି ଘର, ମନ୍ଦିର, ସରକାରଙ୍କ ଦ୍ଵାରା ଲାଗୁଥିବା ଷ୍ଟଲ, ଆର୍ଟ କ୍ରାଫ୍ଟ୍ ଷ୍ଟଲ ମେଳାରେ ଦେଖିବାକୁ ମିଳି ନଥିଲା। ତେବେ ଉଭୟ ଅନଲାଇନ ଓ ଅଫଲାଇନ ହାଇବ୍ରିଡ୍ ମୋଡରେ ମେଳା ବୁଲିବା ଓ ଜିନିଷ କିଣିବାର ବ୍ୟବସ୍ଥା କରାଯାଇଥିଲା।

କରୋନା କଟକଣା ଯୋଗୁଁ ମେଳାରେ ଲୋକମାନଙ୍କ ସମାଗମ କମ ଦେଖିବାକୁ ମିଳିଥିଲା। ଏହାସତ୍ତ୍ବେ ଭଲ ବ୍ୟବସାୟ ହୋଇଥିବା ନେଇ ଷ୍ଟଲ ଦେଇଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଚଳିତ ବର୍ଷ ଆଦିବାସୀ ମେଳାରେ ଭଲ ବ୍ୟବସାୟ କରିଥିବା ଷ୍ଟଲ ମାଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଦିବାସୀ ମେଳାର ଶେଷ ଦିନରେ ଦକ୍ଷତା ବିକାଶ ବିଭାଗର ଅଧ୍ୟକ୍ଷ୍ୟ ସୁବ୍ରତ ବାଗଚି ଓ ତାଙ୍କ ପତ୍ନୀ, ବିଭାଗୀୟ ପ୍ରମୁଖ ସାଶନ ସଚିବ ରଞ୍ଜନ ଚୋପ୍ରା ଓ ବିଭାଗୀୟ ନିର୍ଦେଶକ ଗୁହା ପୁନମ କୁମାର ପ୍ରମୁଖ ଯୋଗ ଦେଇଥିଲେ।


ଭୁବନେଶ୍ୱରରୁ ଦେବସ୍ମିତା ରାଉତ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



ABOUT THE AUTHOR

...view details