ଓଡିଶା

odisha

ETV Bharat / city

ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବେ ପାହାଡ ପର୍ବତ ଘେରା ଗାଁର ଝଲକ - ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ

ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଆଦିବାସୀ ଗାଁର ଝଲକ। ସେମାନଙ୍କ ଚାଲି ଚଳନ, ସଂସ୍କୃତି ତଥା ନିରିହ ସରଳ ନିଷ୍କପଟ ଜୀବନ ଶୈଳୀର ଦୃଶ୍ୟ । ସେମାନଙ୍କ ଖାଦ୍ୟ, ବେଶଭୂଷା ସହିତ ପର୍ବପର୍ବାଣି, ନାଚଗୀତ, ଦିଅଁ ଦେବତା, କଳାକୃତି, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଏମିତି ଅନେକ କଥା ।  ଜାନୁଆରୀ 26 ତାରିଖରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳାରେ ଏପରି ଅନେକ କିଛି ଦେଖିବାକୁ ମିଳିବ ।

tribal exhibition
ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ

By

Published : Jan 24, 2020, 11:56 PM IST

ଭୁବନେଶ୍ବର: ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଆଦିବାସୀ ଗାଁର ଝଲକ। ସେମାନଙ୍କ ଚାଲି ଚଳନ, ସଂସ୍କୃତି ତଥା ନିରିହ ସରଳ ନିଷ୍କପଟ ଜୀବନ ଶୈଳୀର ଦୃଶ୍ୟ । ସେମାନଙ୍କ ଖାଦ୍ୟ, ବେଶଭୂଷା ସହିତ ପର୍ବପର୍ବାଣି, ନାଚଗୀତ, ଦିଅଁ ଦେବତା, କଳାକୃତି, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଏମିତି ଅନେକ କଥା । ଜାନୁଆରୀ 26 ତାରିଖରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳାରେ ଏପରି ଅନେକ କିଛି ଦେଖିବାକୁ ମିଳିବ । ଯେଉଁଥିଲାଗି ଆଦିବାସୀ ମାନେ ଜନଗହଳିପୂର୍ଣ୍ଣ ରାଜଧାନୀକୁ ନିଜ ଢଙ୍ଗରେ ସଜେଇବାରେ ଲାଗି ପଡିଛନ୍ତି।

ଜାନୁଆରୀ 26ରୁ ଆଦିବାସୀ ମେଳା, ସହରରେ ଦେଖିବାକୁ ମିଳିବ ପାହାଡ ପର୍ବତ ଘେରା ଗାଁର ଝଲକ

ଆଦିବାସୀ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ରାଜ୍ୟ ସରକାର ପକ୍ଷରୁ ଦୀର୍ଘ ବର୍ଷ ହେବ ଏପରି କରାଯାଉଛି । ଏକ ନମ୍ବର ଆଦିବାସୀ ପଡିଆଠାରେ ଅନେକ ବର୍ଷଧରି ଆୟୋଜିତ ହେଉଥିବା ଏହି ଉତ୍ସବ ଏବେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି। ଯେଉଁଥିରେ ରାଜ୍ୟରେ ଥିବା ପ୍ରାୟ 22 ଟି ଜନଜାତିର ଲୋକେ ଆସି ଏଠାରେ ରହି ସେମାନଙ୍କ ଘର, ଠାକୁରାଣୀ ପୀଠ,ବାଡି ବଗିଚା, ଚାଷ ଆଦିକୁ ପ୍ରତିକାତ୍ମକ ଭାବେ ତିଆରି କରୁଥିବା ଦେଖିବାକୁ ମିଳୁଛି। ଏହାସହିତ ସେମାନଙ୍କ ଖାଦ୍ୟ ଶସ୍ୟ, ପୋଷାକ ଆଦିକୁ କିଣାକିଣି କରିବା ପାଇଁ ଆଦିବାସୀ ହାଟ ମଧ୍ୟ ପ୍ରସ୍ତୁତ ହେଉଛି।

ଏହା ଜାନୁଆରୀ 26 ରେ ଉଦଘାଟନ ହେବାକୁ ଥିବାବେଳେ ଜାନୁଆରୀ 25 ତାରିଖ ସୁଦ୍ଧା ଏ କାମ ସରିବ ବୋଲି ଆଶା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details