ଓଡିଶା

odisha

ETV Bharat / city

ରାଜଧାନୀରେ ଉଦଘାଟିତ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ - ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ନେଇ ଆୟୋଜିତ ହୋଇଛି ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ରବିନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ
ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

By

Published : May 20, 2022, 10:35 AM IST

ଭୁବନେଶ୍ବ:ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ନେଇ ଆୟୋଜିତ ହୋଇଛି ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ରବିନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ।

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

ଓଡିଶା ସମେତ ୧୪ଟି ରାଜ୍ୟର ମଣିପୁରମ, ସିକିମ, ମିଜୋରାମ, ହିମାଞ୍ଚଳ ପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଗୋଆ ଓ ଗୁଜୁରାଟରୁ ନୃତ୍ୟଶିଳ୍ପୀ ମାନେ ଏଥିରେ ଯୋଗ ଦେଇଥିଲେ । ତିନି ଦିନ ଧରି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ପ୍ରଥମ ଦିନରେ ପରିବେଷିତ ହୋଇଯାଇଛି କୁମୁବି ଜନଜାତିଙ୍କ ଡାଙ୍ଗୀନୃତ୍ୟ (ଗୁଜୁରାଟ), ରଙ୍ଗ ମେଇ କାବୁଲ ଜନଜାତିଙ୍କ ମେଟିଙ୍ଗ ନୃତ୍ୟ(ମଣିପୁର), ଦୁରୁଆ ଜନଜାତିଙ୍କ ବିରଳ ନୃତ୍ୟ(ଓଡିଶା)। ବଡୋ ଜନଜାତିଙ୍କ ବିନ୍ଦୁନୃତ୍(ଆସାମ), ଭିଲିମିନା ଜନଜାତିନ କଚ୍ଚୀଘୋଡି ନୃତ୍ୟ (ରାଜସ୍ଥାନ), ଗଦି ଜନଜାତିଙ୍କ ଦଣ୍ଡାରସ ନୃତ୍ୟ (ହିମାଚଳ ପ୍ରଦେଶ), କୋୟା ଜନଜାତିକ ବିଜାପାଣ୍ଡୁ ନୃତ୍ୟ( ଓଡିଶା), ସେରପା ଜନଜାତିଙ୍କ ନ୍ୟାୟୁଙ୍ଗ-ମା-କାପୁ ନୃତ୍ୟ(ସିକିମ),ଗଣ୍ଡ ଜନଜାତିଙ୍କ ସଇଲାନୃତ୍ୟ (ଉତ୍ତରପ୍ରଦେଶ), ଭେଲିପ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ (ଗୋଆ) ।

ଏହାସହ ଆଜିବି ଓଡିଶାର ଅନେକ ଲୁକାୟିତ ନୃତ୍ୟ ପ୍ରତିଭା ଧିରେ ଧିରେ ହଜି ଯାଉଥିବା ବେଳେ ଏହାର ପୁନଉଦ୍ଧାର ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ପାଖରେ ପ୍ରସ୍ତାବ ରଖିଥିଲେ ରାୟଗଡା ବିଧାୟକ । ସେହିପରି କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ ନୃତ୍ୟ ସଂସ୍କୃତି ପରମ୍ପରାର ପ୍ରତିଭାକୁ ପ୍ରତିପାଦନ କରିବାକୁ ଯେତିକି ସୁଯୋଗ ମିଳିବ ତାହା ସେତିକି ବିକଶିତ ହୋଇପାରିବ ବୋଲି ମତ ରଖିଥିଲେ ବିଭାଗୀୟ ମନ୍ତ୍ରୀ ।

ଏଭଳି ହୋଇପାରିଲେ ଓଡିଶାର ସଂସ୍କୃତି, ନୃତ୍ୟ ଓ ପରମ୍ପରା ଲୋକାଦୃତ ହେବା ସହ ଅନୁସୂଚିତ ଜାତି ଓ ଜନଜାତିର ଜୀବନ ଜୀବିକା ପାଇଁ ଏକ ଉତ୍ସ ହୋଇପାରିବ । ଏହ କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ସଂଯୁକ୍ତ ସଚିବ ନଭଲ ଜିତ କପୁର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଗୁହା ପୁନମ ତାପସ କୁମାର ଓ ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସତନ୍ତ୍ର ସଚିବ, ଡ.ଅଞ୍ଛଳ ବିହାରୀ ଓତାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗଦାନ ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details