ଓଡିଶା

odisha

By

Published : May 31, 2022, 9:30 PM IST

ETV Bharat / city

ବିଧାୟକଙ୍କ ପାଇଁ ବୃକ୍ଷ ବଳୀ, ସବୁଜିମାର ମଶାଣୀ ଉପରେ ସୌଧ ନିର୍ମାଣକୁ ଜୋରଦାର ବିରୋଧ

ରାଜଧାନୀରେ ନିର୍ମାଣ ହେବାକୁ ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ସରକାରୀ କ୍ବାଟର୍ସ ନିର୍ମାଣକୁ ନେଇ ଏବେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । କାରଣ ଏହି ନିର୍ମାଣ ପାଇଁ ଏବେ ବଳି ପଡୁଛନ୍ତି ଶହ ଶହ ବର୍ଷର ପୁରାତନ ବୃକ୍ଷରାଜି । ଅଧିକ ପଢନ୍ତୁ

ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ, ଗଛ କଟାକୁ ନେଇ ପ୍ରତିବାଦ ଯୋରଦାର
ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ, ଗଛ କଟାକୁ ନେଇ ପ୍ରତିବାଦ ଯୋରଦାର

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବାକୁ ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ସରକାରୀ କ୍ବାଟର୍ସ ନିର୍ମାଣକୁ ନେଇ ଏବେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । କାରଣ ଏହି ନିର୍ମାଣ ପାଇଁ ଏବେ ବଳି ପଡୁଛନ୍ତି ଶହ ଶହ ବର୍ଷର ପୁରାତନ ବୃକ୍ଷରାଜି । ରାଜଧାନକୁ ସବୁଜିମା ବଳୟରେ ରଖିବା ସହ ସୁରକ୍ଷା ଯୋଗାଉଥିବା ଏହି ବୃକ୍ଷ ଗୁଡିକୁ ଏବେ କାଟି ସଫା କରୁଛି ପ୍ରଶାସନ । ଯାହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଗଛ କଟାକୁ ବିରୋଧ କରି ଆନ୍ଦୋଳନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି ।

ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ, ଗଛ କଟାକୁ ନେଇ ପ୍ରତିବାଦ ଯୋରଦାର

ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାଶଙ୍କ ନେତୃତ୍ବରେ ବିଧାୟକ କଲୋନୀରେ ଗଛକୁ ଧରି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ପରିବେଶବିତ । ଏଥିରେ ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ, ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ପ୍ରଶାସକ ଅରବିନ୍ଦ ପ୍ରମୁଖ ସାମିଲ ହୋଇ ପ୍ରତିବାଦ କରିଛନ୍ତି ।

ସାମାନ୍ୟ ତାତିରେ ରାଜଧାନୀ ଜଳୁଛି । ପରିବେଶ ସନ୍ତୁଳନ ବିଗଡି ଗଲାଣି । ଏହାର ପରିଣାମ ଭୟଙ୍କର ଆଡକୁ ଗଲାଣି । ହେଲେ ଯେଉଁମାନେ ଆଇନ ପ୍ରଣେତା ସେମାନଙ୍କ ନାଁରେ ଗଛକଟା ମିଶନ ଚାଲିଛି । ୟୁନିଟ-4ରେ ଥିବା ଏହି 3ଟି ପାର୍କରେ ବହୁ ମୂଲ୍ୟବାନ ଗଛ ବର, ଅଶ୍ବତଥ, ବଉଳ, ଆମ୍ବ, ଲିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ରାଧାଚୁଡା, ଚମ୍ପା, ବରକୋଳି, ଅଶୋକା ଭଳି ବହୁ ଗଛ କାଟି ସଫା କରାଯାଉଛି । ପୁରାତନ ଏମଏଲଏ କଲୋନୀରେ ପ୍ରାୟ 2 ହଜାରରୁ ଅଧିକ ଗଛ ରହିଥିଲା । ଫନି ବାତ୍ୟାରେ ପ୍ରାୟ 12ଶହ ଗଛ ଉପୁଡି ପଡିଥିଲା । ବାକି ଥିବା ହଜାରେ ଗଛ କାଟିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଏହି ହଜାରେ ଗଛର କ୍ଷତିପୂରଣ ବାବଦ ଅର୍ଥ 65 ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଛି ଓଡିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ(ଓବିସିସି) । ଗଛ କଟା କ୍ଷତିପୂରଣ ବାବଦରେ ଜଙ୍ଗଲ ବିଭାଗ ପାଖରେ ଓବିସିସି ମାତ୍ର 68 ଲକ୍ଷ ଟଙ୍କା ଜମା କରିଛି ।

ସୂଚନାଯୋଗ୍ୟଯେ 275 କୋଟି ଟଙ୍କାରେ ବିଧାୟକଙ୍କ ପାଇଁ ତିଆରି ହେବ ବହୁତଳ ପ୍ରାସାଦ । ଗୋଟିଏ 10 ମହଲା ଅନ୍ୟଟି 11 ମହଲା ବିଶିଷ୍ଟ ହେବ। 300 ଟି ସୌଖିନ କୋଠରୀରେ ରହିବେ ମନ୍ତ୍ରୀ ଓ ବିଧାୟକ। ଆଉ ଯେଉଁଥି ପାଇଁ ଏବେ ଗଡୁଛି ଶହ ଶହ ବର୍ଷର ପୁରୁଣା ଗଛ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details