ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଏତିକିବେଳେ ଆଜି 15 ଜଣ ଅର୍ଥାତ 129 ରୁ 143 ଜଣଙ୍କ ଟ୍ରାଭଲେ ହିଷ୍ଟ୍ରି ଜାରି କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପ୍ରାୟ ସମସ୍ତଙ୍କର କୋଲକାତା ଲିଙ୍କ ଥିବା ଜଣାପଡିଛି । ହେଲ 143 ନଂ ଆକ୍ରାନ୍ତଙ୍କୁ ନେଇ ଥାନା ବାବୁଙ୍କୁ ଟେନସନ ବଢିଛି । ସେ ଥାନାରେ ଗୋଟିଏ ରାତି ବିତାଇଥିବା ନେଇ ଟ୍ରାଭେଲ ହିଷ୍ଟ୍ରିରେ ରହିଛି ।
129 ରୁ 143 ନଂ ମଧ୍ୟରୁ 14 ଜଣ ଯାଜପୁର ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ହୋଇଥିବା ବେଳେ ଜଣେ ବାଲେଶ୍ବରର ହୋଇଥିବା ଜଣାପଡିଛି । ତେବେ ତାଙ୍କ ମଧ୍ୟରୁ 9 ଜଣ ପୁରୁଷ ଓ 6 ଜଣ ମହିଳା ଥିବା ଜଣାପଡିଛି ।