ଓଡିଶା

odisha

ETV Bharat / city

ନୂଆ ଟ୍ରାଫିକ ନିୟମ: ଚେକିଂ ବେଳେ ଖରାପ ବ୍ଯବହାର ନକରିବାକୁ କହିଲେ ମନ୍ତ୍ରୀ - padmanabha behera

ଗତ କାଲିଠୁ କଡ଼ା କଡ଼ି ଭାବେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ । ସେପଟେ ଆଇନ ଭାଙ୍ଗୁଥିବା ଚାଳକ ତଣ୍ଡ ଗଣୁଥିବା ବେଳେ କିଛି କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ଉଛିଠି ପ୍ରଶ୍ନ । ଏହାର ପ୍ରତିବାଦରେ ସରକାରଙ୍କୁ କଂଗ୍ରେସ ଚେତାବନୀ ମଧ୍ୟ ଦେଇଛି । ସେପଟେ ସମସ୍ତ କ୍ରମଚାରୀ ଉତ୍ତମ ବ୍ୟବହାର କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ । ଅଧିକ ପଢନ୍ତୁ..

new-motor-veichle-act
new-motor-veichle-act

By

Published : Mar 2, 2020, 1:29 PM IST

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ କଡାକଡି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କେତକ ସ୍ଥାନରେ ପୋଲିସ ଓ ଆରଟିଓ ଅଧିକାରୀ ମଧ୍ୟ ଖରାପ ବ୍ୟବହାର କରୁଥିବା ଅଭିଯୋଗ ଆସିଛି । କଂଗ୍ରେସ ପକ୍ଷରୁ ଆରଟିଓ ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି, ଖରାପ ବ୍ୟବହାରକୁ ଆମେ ବି ସମର୍ଥନ କରିବୁନି । ସମସ୍ତେ ଭଲ ବ୍ୟବହାର କରିବେ । ଆମେ ସମୟ ଦେଇଥିଲୁ । ଧନ ଜୀବନ ସୁରକ୍ଷା ଆମ ଲକ୍ଷ । ଗତ ସେପ୍ଟେମ୍ବରରୁ ଦୁର୍ଘଟଣା ହାର 50 ପ୍ରତିଶତ କମିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।

ନୂଆ ଆଇନକୁ ସମସ୍ତେ ମାନିବା ଦରକାର । ସେହିପରି ସାଧାରଣ ଲୋକଙ୍କୁ ଭଦ୍ରାମୀର ସହ RTO କର୍ମଚାରୀମାନେ ବ୍ୟବହାର କରିବାକୁ କହିଛନ୍ତି ମନ୍ତ୍ରୀ । ସେପଟେ ଲୋକ କିନ୍ତୁ ଠିକ ସମୟରେ କାଗଜପତ୍ର କରିନଥିବାରୁ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ ଲାଗୁଛି ବୋଲି କହିଛନ୍ତି ପଦ୍ମନାଭ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details