ଓଡିଶା

odisha

ETV Bharat / city

ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ, ସତର୍କ ନରହିଲେ ଓଡ଼ିଶାରେ ବି ବ୍ୟାପିବ - transmission rate of Omicron high says odisha public health director

ଓମିକ୍ରନ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ। ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ପରେ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ, ସତର୍କ ନରହିଲେ ଓଡ଼ିଶାରେ ମଧ୍ୟ ବ୍ୟାପିବ
ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ, ସତର୍କ ନରହିଲେ ଓଡ଼ିଶାରେ ମଧ୍ୟ ବ୍ୟାପିବ

By

Published : Jan 24, 2022, 1:32 PM IST

Updated : Jan 24, 2022, 2:01 PM IST

ଭୁବନେଶ୍ବର: ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ପରେ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର । ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି । ହେଲେ ଆମ ରାଜ୍ୟରେ ନାହିଁ । ଆମ ରାଜ୍ୟରେ କେତେ ପ୍ରତିଶତ ଓମିକ୍ରନ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ । କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ 60 ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବା ନେଇ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ, ସତର୍କ ନରହିଲେ ଓଡ଼ିଶାରେ ବି ବ୍ୟାପିବ

ବାହାର ଦେଶର ଯାତ୍ରୀ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି ମାନେ ଗୋଷ୍ଠୀ ସଂକ୍ରମଣ ହୋଇଛି । ଅନ୍ୟ ଦେଶରେ ଏହି ସଂକ୍ରମଣ ହେଉଛି । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ । ଏବେ ରାଜ୍ୟରେ ବହୁତ କମ ଆଡ଼ମିଟ ହେଉଛନ୍ତି । ମାତ୍ର ୨ ପ୍ରତିଶତରୁ କମ ଆଡ଼ମିଟ ହୋଇଛନ୍ତି । ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତେ ଆକ୍ରାନ୍ତ ହେବେ ।

ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ । ଅନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନ ଥାଇ ବହୁ ପଜିଟିଭ ହେଲେ ଗୋଷ୍ଠୀ ସଂକ୍ରମଣ କୁହାଯିବ । ଶେଷ ଜିନମ ସିକ୍ବେନ୍ସିଂ ତଥ୍ୟରେ 60 ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିଲେ। ଏବେ ନିଶ୍ଚୟ ବଢ଼ିଥିବା ମାତ୍ର ପ୍ରକୃତ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଂଜନ ମିଶ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 24, 2022, 2:01 PM IST

ABOUT THE AUTHOR

...view details