ଭୁବନେଶ୍ବର: କିନ୍ନରଙ୍କୁ ରେଳଷ୍ଟେସନ ମନା । ଟ୍ରେନ ଭିତରେ ଯାତ୍ରୀଙ୍କ ଠାରୁ ପଇସା ମାଗି ପାରିବେନି। ଯାତ୍ରୀ ଓ ରେଳ ଷ୍ଟେସନର ସୁରକ୍ଷା ସହ ମର୍ଯ୍ୟାଦା ରକ୍ଷା କରିବା ପାଇଁ କିନ୍ନର ମାନଙ୍କୁ ରେଳଷ୍ଟେସନ ମନା । ଏନେଇ କିନ୍ନର ସଂଘର ସଭାପତି ମୀରା ପରିଡ଼ା ମୁହଁ ଖୋଲିଛନ୍ତି ।
ବହୁ ପୂର୍ବରୁ କିନ୍ନର ମାନେ ଟ୍ରେନରେ ଯାତ୍ରୀଙ୍କ ଠାରୁ ପଇସା ମାଗନ୍ତି। ସେହି ପଇସାରେ କିନ୍ନର ମାନେ ଚଳିଥାନ୍ତି। ଟ୍ରେନରେ ମଧ୍ୟ ଯାତ୍ରୀ ମାନଙ୍କୁ କିଛି କିନ୍ନର ମଧ୍ୟ ଅସୁବିଧାରେ ପକାଇଥାନ୍ତି। କିନ୍ନର ମାନଙ୍କ ଉପରେ ଲୋକମାନଙ୍କର ଏକ ଭୁଲ ଧାରଣା ରହି ଆସିଛି ଯେ, କିନ୍ନର ଆସିଲେ ଦୁର୍ବବ୍ୟହାର କରିବା ସହ ଜୋର୍ ଜବରଦସ୍ତି ପଇସା ନେବେ । ମଣିଷ ସମାଜରେ ବଞ୍ଚିବା ପାଇଁ ହେଲେ ମଣିଷ ପରି ବଞ୍ଚିବା ଆବଶ୍ୟକ । ସବୁ କିନ୍ନର ଖରାପ୍ ନୁହଁନ୍ତି ବୋଲି କହିଛନ୍ତି ମୀରା ପରିଡ଼ା । ଯେଭଳି ଭାବରେ କିନ୍ନର ବିଭିନ୍ନ ସ୍ଥାନରେ ଚାକିରୀ କରିଛନ୍ତି ସେହି ଭଳି କିନ୍ନର ମାନଙ୍କୁ ରାଜ୍ୟରେ କିଛି ସୁଯୋଗ ସୃଷ୍ଟି ନକରି ହଠାତ୍ ରେଳବାଇର ଏପରି ନିଷ୍ପତ୍ତିକୁ ଗ୍ରହଣ କରିନାହାଁନ୍ତି କିନ୍ନର ସଂଘ ।
କିନ୍ନର ମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରିବା ସହ ଯେଉଁ କିନ୍ନର ମାନେ ରେଳ ଷ୍ଟେସନରେ ହେଉ ବା ଟ୍ରେନ ଭିତରେ ଅପରାଧ ମୂଳକ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି ସେମାନଙ୍କୁ ଅଇନ ଅନୁଯାୟୀ ଦଣ୍ଡ ଦିଆଯାଉ । କିନ୍ନର ରହିଥିବା ବସ୍ତିରେ ଯଦି ରେଳବାଇ ପକ୍ଷରୁ କୌଣସି କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଥିବ ତେବେ କିନ୍ନର ମାନଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାୟିତ୍ବ ଭାବରେ ରଖିବେ । ନହେଲେ କିନ୍ନର ମାନଙ୍କୁ ଉଠାଇ ପାରିବେ ନାହିଁ ବୋଲି କିନ୍ନର ମୀରା ପରିଡ଼ା କହିଛନ୍ତି।