ଭୁବନେଶ୍ବର :ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଉଦବେଗ ପ୍ରକାଶ କରିଛି କିନ୍ନର ସଂଘ। ଅନ୍ୟବର୍ଗ ପରି ତୃତୀୟ ଲିଙ୍ଗଙ୍କ ସଂରକ୍ଷଣ ଦାବି କରିଛି ସଂଘ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ପରେ କିନ୍ନରମାନେ ପୁରୁଷ ଓ ମହିଳାଙ୍କ ଭଳି ସଂରକ୍ଷଣ ଦାବି କରିଛନ୍ତି ।
ରାଜ୍ୟରେ ୫୦ହଜାରରୁ ଅଧିକ କିନ୍ନର ଥିବାବେଳେ ସେମାନଙ୍କ ପାଇଁ ସଂରକ୍ଷଣ ଜରୁରୀ ବୋଲି କହିଛି କିନ୍ନର ସଂଘ। ତେଣୁ ୫ ପ୍ରତିଶତ ସଂରକ୍ଷଣ ସେମାନଙ୍କ ପାଇଁ କରାଯାଉ ବୋଲି ଦାବି କରିଥିବାବେଳେ ରାଜନୈତିକ ଦାୟିତ୍ୱବୋଧ ପାଇଁ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉ ବୋଲି କହିଛନ୍ତି। ଏହାସହ ସହରାଞ୍ଚଳ ଗୁଡିକରେ ବି ମହିଳାଙ୍କ ପରି ସେମାନଙ୍କୁ ସଂରକ୍ଷଣରେ ସାମିଲ କରାଯାଉ ବୋଲି କହିଛନ୍ତି ।
ଏହାବି ପଢନ୍ତୁ :80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ: ବିଜେଡି