ଭୁବନେଶ୍ବର:ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ପ୍ରଶାସକ ମାୟାଧର ବେହେରା । ରବିବାର ରାଜ୍ୟ ସରକାର ମାୟାଧର ବେହେରାଙ୍କୁ ଡେପୁଟି କମିଶନର ନଯୁକ୍ତି କରିଥିବା ନେଇ ଏକ ନୋଟିସ ଜାରି କରିଛନ୍ତି। ରାଜ୍ୟ ସରକାରେ ରବିବାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ଏହି ଅବସରରେ ଓଏଏସ ମାୟାଧର ବେହେରାଙ୍କୁ ବିଏମସି ଡେପୁଟି କମିଶନର ଦାୟିତ୍ବ ଦିଆଯାଇଛି ।
ପୂର୍ବରୁ ବାଙ୍କୀର ଉପଜିଲ୍ଲପାଳ ଦାୟିତ୍ବରେ ରହିଥିଲେ ବରିଷ୍ଠ ପ୍ରଶାସକ ମାୟାଧର ବେହେରା । ସେହିଭଳି ଶୈଳେନ୍ଦ୍ର କୁମାର ଦ୍ବିବେଦୀଙ୍କୁ ସାର୍ବଜନୀନ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସୌଦାମିନୀ ସେଠୀଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏହାସହ ସାଇଦତ୍ତ ବିପ୍ଲପ କେଶରୀ ପ୍ରଧାନଙ୍କୁ ଢେଙ୍କାନାଳ ଜିଲ୍ଲାର ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ସେ ଅବକାରୀ ବିଭାଗର ଯୁଗ୍ମ ସଚିବ ଦାୟିତ୍ବରେ ରହିଥିଲେ।