ଭୁବନେଶ୍ବର: ଦଲାଲ ଯୋଗୁଁ କେହି ହଇରାଣ ହରକତ ହେବେ ନାହିଁ । ଏଥିପାଇଁ ସରକାର ଆରମ୍ଭ କରିଥିଲେ ଦଲାଲ ଦମନ ଅଭିଯାନ । ଏହା ଘୋଷଣା କରିବାର କିଛି ଦିନ ପରେ ଆଜି ବିଧିବଦ୍ଧ ଭାବେ ଆରଟିଓ ଅଫିସରେ ନୋଟିସ ବୋର୍ଡ ଲାଗିଛି । ଯାନବାହନ କେଉଁ ଡକ୍ୟୁମେଣ୍ଟ ପାଇଁ କେତେ ଟଙ୍କା, ପ୍ରଦୂଷଣ ପାଇଁ କେତେ ସମସ୍ତ ବିଷୟରେ ବିସ୍ତୃତ ଭାବେ ଲେଖାଯାଇଛି । ଏପରିକି ଆରଟିଓ କର୍ମଚାରୀଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଯଦ୍ବାରା ଦଲାଲ ଓ କର୍ମଚାରୀଙ୍କୁ ଜାଣିପାରିବେ ସାଧାରଣ ଲୋକେ ।
ଦଲାଲମୁକ୍ତ ହେବ ପରିବହନ କାର୍ଯ୍ୟାଳୟ; କର୍ମଚାରୀଙ୍କୁ ମିଳିଲା ପରିଚୟ ପତ୍ର - ଆରଟିଓ ଅଫିସରେ ନୋଟିସ ବୋର୍ଡ ଲାଗିଛି
ନୂଆ ମୋଟରଯାନ ଆଇନ ଲାଗୁ ହେବାପରେ ଦେଖାଦେଇଥିବା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଆଜି ଠାରୁ ଦିଆଯାଇଛି କର୍ମଚାରୀଙ୍କୁ ପରିଚୟ ପତ୍ର ।
ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
ଅନ୍ୟପଟେ, ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି । କିନ୍ତୁ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମି ଯିବାରୁ ସମସ୍ତ କାମରେ ବିଳମ୍ବ ଦେଖାଦେଇଛି । ସେପଟେ, ରାଜ୍ୟ ସରକାର ଦେଇଥିବା 3 ମାସର ଅବଧି ବି ଶେଷ ହେବାକୁ ବସିଲାଣି । ସରକାର ନିଜସ୍ବ ତତ୍ତ୍ବାବଧାନରେ କିଛି ଲୋକଙ୍କୁ ନିଯୁକ୍ତି କରିବା ଦରକାର, ଯିଏ କାଗଜପତ୍ର କାମ କରିବାରେ ଲୋକଙ୍କ ସହଯୋଗ କରିଥାନ୍ତେ ବୋଲି ମତ ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ