ଓଡିଶା

odisha

ETV Bharat / city

ଅଗଷ୍ଟ ଶେଷ ସପ୍ତାହରୁ ନୂଆପଡା ରୋଡ ଷ୍ଟେସନରେ ରହଣି କରିବ ୩ ଟ୍ରେନ - ନୂଆପଡା ଖବର

ନୂଆପଡା ରୋଡ ଷ୍ଟେସନରେ ତିନି ଯୋଡ଼ା ଟ୍ରେନ ରହଣି କରିବ । ପ୍ରାଥମିକ ପର୍ଯ୍ୟାୟରେ ଛଅ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭିତ୍ତିରେ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

trains to  stay at nuapada road railway sation from last week of august
ଅଗଷ୍ଟ ଶେଷ ସପ୍ତାହରୁ ନୂଆପଡା ରୋଡ ଷ୍ଟେସନରେ ୩ ଟ୍ରେନ ରହଣି କରିବ

By

Published : Aug 20, 2022, 1:24 PM IST

ଭୁବନେଶ୍ବର: ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆପଡା ରୋଡ ଷ୍ଟେସନଠାରେ ତିନି ଯୋଡ଼ା ଟ୍ରେନ ରହଣି କରିବ (Nuapada road railway sation)। ପ୍ରାଥମିକ ପର୍ଯ୍ୟାୟରେ ଛଅ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭିତ୍ତିରେ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଦୈନିକ ଚଳାଚଳ କରୁଥିବା କୋରବା-ବିଶାଖାପାଟନମ-କୋରବା ଏକ୍ସପ୍ରେସ ଏବଂ ଦ୍ବିସାପ୍ତାହିକ ବିଳାସପୁର-ତିରୁପତି-ବିଳାସପୁର ଏକ୍ସପ୍ରେସ ଅଗଷ୍ଟ ମାସ ଶେଷ ସପ୍ତାହରୁ ନୂଆପଡା ରୋଡ ଷ୍ଟେସନରେ ରହଣି କରିବ ।

ପୁରୀରୁ 24 ଅଗଷ୍ଟରୁ ଛାଡିବାକୁ ଥିବା 12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନରେ ସକାଳ 6ଟା 28 ମିନିଟରେ ପହଞ୍ଚି 6ଟା 30 ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ। 23 ଅଗଷ୍ଟରେ ଅହମ୍ମଦାବାଦରୁ ଛାଡ଼ିବାକୁଥିବା ଟ୍ରେନଟି ନୂଆପଡା ରୋଡ ଷ୍ଟେସନଠାରେ ସନ୍ଧ୍ୟା 6ଟା5 ମିନିଟରେ ପହଞ୍ଚି ୬ଟା7 ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି 23 ଅଗଷ୍ଟରେ ଉଭୟ ପାର୍ଶ୍ବରୁ ଛାଡ଼ିବାକୁ ଥିବା 18517/18518 କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନରେ ରହଣି କରିବ । କୋରବା ଠାରୁ ଛାଡୁଥିବା ଏହି ଟ୍ରେନ ନୂଆପଡା ରୋଡ ଷ୍ଟେସନଠାରେ ରାତି 10ଟା 13ମିନିଟରେ ପହଞ୍ଚି 10ଟା 15ମିନିଟରେ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ । ଏହାପରେ ନୂଆପଡା ରୋଡ ଷ୍ଟେସନରେ ଭୋର 4ଟା 3ମିନିଟରେ ପହଞ୍ଚି କୋରବା ଅଭିମୁଖେ ଯାତ୍ରା କରିବ ।

23 ଅଗଷ୍ଟରୁ ବିଳାସପୁରରୁ ଛାଡ଼ିବାକୁ ଥିବା 17481/17482 ବିଳାସପୁର-ତିରୁପତି- ବିଳାସପୁର ଏକ୍ସପ୍ରେସ ଉକ୍ତ ଷ୍ଟେସନରେ ସନ୍ଧ୍ୟା 7ଟା 33ମିନିଟରେ ପହଞ୍ଚି ୫ ମିନିଟ ପରେ ତିରୁପତି ଯାତ୍ରା କରିବ । 26 ଅଗଷ୍ଟରୁ ତିରୁପତିରୁ ଛାଡିବାକୁ ଥିବା ଟ୍ରେନ ନୂଆପଡା ରୋଡ ଷ୍ଟେସନ ଠାରେ ଅପରାହ୍ନ 12ଟା 8ମିନିଟରେ ପହଞ୍ଚି 12ଟା 10ମିନିଟରେ ବିଳାସପୁର ଯାତ୍ରା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details