ଓଡିଶା

odisha

ETV Bharat / city

ବୁକ୍ ସରକୁଳାର 47: ଅବଗତ ପାଇଁ ହେବ ପ୍ରଶିକ୍ଷଣ ଶିବିର - ବୁକ ସରକୁଳାର 47 ଇଁ ପ୍ରଶିକ୍ଷଣ ଶିବିର

ନୂଆ କରି ଆସୁଥିବା ଅଧିକାରୀ ମାନଙ୍କୁ ବୁକ ସରକୁଳାର 47 ବିଷୟରେ ଅବଗତ କରେଇବା ପାଇଁ ଏକ ପ୍ରଶିକ୍ଷଣ ଶିବିର କରାଯିବ। ଏହି ଶିବିରରେ ସରକାରୀ ଅଧିକାରୀ ମାନଙ୍କର ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରତି କଣ ଆଚରଣ ରହିବ ସେ ବିଷୟରେ ଉଲ୍ଲେଖ କରାଯିବ । ଅଧିକ ପଢନ୍ତୁ

ବୁକ ସରକୁଳାର 47 ଅବଗତ ପାଇଁ ହେବ ପ୍ରଶିକ୍ଷଣ ଶିବିର
ବୁକ ସରକୁଳାର 47 ଅବଗତ ପାଇଁ ହେବ ପ୍ରଶିକ୍ଷଣ ଶିବିର

By

Published : May 17, 2022, 9:55 PM IST

ଭୁବନେଶ୍ବର: ସରକାରୀ ଅଧିକାରୀ ମାନେ ବୁକ ସରକୁଲାରକୁ ମାନୁନାହାଁନ୍ତି । ଏନେଇ ଆଜି ବିଧାନସଭାର ସଦାଚାର ଷ୍ଟାଣ୍ଡିଙ୍ଗ କମିଟିରେ ଉଦବେଗ ପ୍ରକାଶ ପାଇଥିଲା । ନୂଆ କରି ଆସୁଥିବା ଅଧିକାରୀ ମାନଙ୍କୁ ବୁକ ସରକୁଳାର 47 ବିଷୟରେ ଅବଗତ କରେଇବା ପାଇଁ ଏକ ପ୍ରଶିକ୍ଷଣ ଶିବିର କରାଯିବ । ଏହି ଶିବିରରେ ସରକାରୀ ଅଧିକାରୀ ମାନଙ୍କର ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରତି କଣ ଆଚରଣ ରହିବ ସେ ବିଷୟରେ ଉଲ୍ଲେଖ କରାଯିବ ।

ଅନେକ ସମୟରେ ସରକାରୀ ଅଧିକାରୀ ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରୁଥିବାର ନଜିର ରହିଛି। ଏପରିକି ଲୋକ ପ୍ରତିନିଧି ମାନଙ୍କୁ ଉଚିତ ସମ୍ମାନ ଦେଉନାହାନ୍ତି। ଏନେଇ ଅନେକ ସମୟରେ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି । କିଛି ଦିନ ପୂର୍ବରୁ ଦେବଗଡରେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସହ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ସହ ବଚସାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା ।

ତେବେ ମଙ୍ଗଳବାର ସଦାଚାର କମିଟି ମୁଖ୍ୟ ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଆଗକୁ ଯେମିତି ଏଭଳି ଘଟଣା ନଘଟିବ ସେ ନେଇ ସମସ୍ତଙ୍କୁ ଅବଗତ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details