ଓଡିଶା

odisha

ETV Bharat / city

ପ୍ରଶିକ୍ଷଣ ଶିବିରରେ ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର

ଭୁବନେଶ୍ବର ଫାୟାର ଷ୍ଟେସନ ନିକଟରେ ପ୍ରଶିକ୍ଷଣ ଶିବିର ଆୟୋଜିତ । ପୋଲିସ ମିତ୍ରଙ୍କୁ ବସ୍ତିରେ ନିଆଁ ଲାଗିଲେ ଲିଭାଇବାକୁ ମିଳିଲା ପ୍ରାକ୍ଟିକାଲ ଟ୍ରେନିଂ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପ୍ରଶିକ୍ଷଣ ଶିବିର ଆୟୋଜିତ, ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର
ଭୁବନେଶ୍ବରରେ ପ୍ରଶିକ୍ଷଣ ଶିବିର ଆୟୋଜିତ, ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର

By

Published : Apr 29, 2022, 5:43 PM IST

Updated : Apr 29, 2022, 6:01 PM IST

ଭୁବନେଶ୍ବର:ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଭୁବନେଶ୍ବରସ୍ଥିତ ଫାୟାର ଷ୍ଟେସନ ପ୍ରାଙ୍ଗଣରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ପୋଲିସ ମିତ୍ରଙ୍କୁ ବସ୍ତିରେ ନିଆଁ ଲାଗିବା ପରେ ଏହାକୁ ଲିଭାଇବାର ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଇଛି ।

ପ୍ରଶିକ୍ଷଣ ଶିବିରରେ ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର
ବସ୍ତି ନିଆଁ ଲିଭା କୌଶଳ ଶିଖିଲେ ପୋଲିସ ମିତ୍ର

ଏଥିରେ ଅଗ୍ନିଶମ ବିଭାଗର ଡିଜି ଏବଂ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅଗ୍ନିଶମ ବିଭାଗର ପ୍ରଶିକ୍ଷକମାନେ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେଉଁ ପୋଲିସ ମିତ୍ରମାନେ ଉପସ୍ଥିତ ଥିଲେ ସେମାନେ ପ୍ରଶିକ୍ଷଣ ନେବା ପରେ ଏହି କୌଶଳକୁ ପ୍ରୟୋଗ କରି ବସ୍ତିରେ ଲୋକଙ୍କ ଧନ ଜୀବନ ବଞ୍ଚାଇବେ ବୋଲି କହିଛନ୍ତି । ବସ୍ତିକୁ ଚାଲ ଅଭିଯାନ ମାଧ୍ୟମରେ ଏହି ଟ୍ରେନିଂ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 29, 2022, 6:01 PM IST

ABOUT THE AUTHOR

...view details