ଓଡିଶା

odisha

By

Published : Apr 11, 2022, 9:29 PM IST

ETV Bharat / city

ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି

ୱାର୍ଲଡ଼ ସ୍କିଲ ସେଣ୍ଟରରୁ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ବସ୍ତରୀୟ ସଂସ୍ଥାରେ ନିଯୁକ୍ତି । ଏ ନେଇ ସହଯୋଗ କରିବ ସିପୋ । ସିପୋ ହେଉଛି ସିଙ୍ଗାପୁର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ସିଙ୍ଗାପୁର-ଭାରତ ସହଭାଗିତା କାର୍ଯ୍ୟାଳୟ । ଅଧିକ ପଢନ୍ତୁ

Trainees from World Skills Center will be offered employment at global organization as OSDA chairman meet with SIFO director
ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି

ଭୁବନେଶ୍ବର:ୱାର୍ଲଡ଼ ସ୍କିଲ ସେଣ୍ଟରରୁ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ବସ୍ତରୀୟ ସଂସ୍ଥାରେ ନିଯୁକ୍ତି । ଏ ନେଇ ସହଯୋଗ କରିବ ସିପୋ । ସିପୋ ହେଉଛି ସିଙ୍ଗାପୁର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ସିଙ୍ଗାପୁର-ଭାରତ ସହଭାଗିତା କାର୍ଯ୍ୟାଳୟ । ସିପୋର ନିର୍ଦ୍ଦେଶକ ଏରିକ୍‌ ଟାନଙ୍କ ସହ ଏକ ପ୍ରତିନିଧି ଦଳ ଆଜି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ତାଲିମପ୍ରାପ୍ତ ସ୍କିଲ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ବସ୍ତରୀୟ ସଂସ୍ଥାରେ ନିଯୁକ୍ତି । ଏ ନେଇ ସିପୋ ସହଯୋଗ କରିବ । ଆଇଟିଆଇ କିମ୍ବା ପଲିଟେକ୍‌ନିକ୍‌ର ପ୍ରଶିକ୍ଷାର୍ଥୀ ବିଶ୍ବସ୍ତରୀୟ ସଂସ୍ଥାରେ ନିଯୁକ୍ତି ପାଇବା ଦ୍ବାରା ସାମାଜିକ ରୂପାନ୍ତରଣ ଆସିପାରିବ ବୋଲି ମଧ୍ୟ ସେ କହିଛନ୍ତି । ଓଡିଶାରେ ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ସଂସ୍ଥାମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।

ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି

ସିପୋ ପ୍ରତିନିଧି ଦଳଙ୍କୁ ଷ୍ଟାର୍ଟଅପମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ଓ-ହବ୍‌ କେନ୍ଦ୍ର ପରିଦର୍ଶନରେ ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପାରସ୍ପରିକ ଲାଭ ପାଇଁ ସିପୋ ରାଜ୍ୟ ସରକାରଙ୍କ ସହିତ ଅର୍ଥନୈତିକ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି । ଏହା ସହ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସିପୋର ନିର୍ଦ୍ଦେଶକ ଏରିକ୍‌ ଟାନ ସୂଚନା ଦେଇଛନ୍ତି ।

ସିଙ୍ଗାପୁର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଏକ ଅଂଶ ଭାବେ ସିଙ୍ଗାପୁରର ବେସରକାରୀ କ୍ଷେତ୍ରର ତାଲିମ / ସ୍କିଲିଂ ସଂସ୍ଥାଗୁଡ଼ିକରେ ସୁଯୋଗ ଚିହ୍ନଟ କରିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଛନ୍ତି । ଏହି ପ୍ରତିନିଧି ଦଳ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଓଏସଡିଏ ସିଇଓ ରେଘୁ ଜିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି । ସେହିପରି ୟୁନିସେଫ ଓଡିଶା ମୁଖ୍ୟ ମନିକା ଓ ନିଏଲସେନ ଓଏସଡିଏ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର ଯୁବଗୋଷ୍ଠୀ ତଥା ଅନଗ୍ରସର କିଶୋରୀମାନଙ୍କର ଦକ୍ଷତା ବିକାଶ କରି କିଭଳି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ହେବ ସେ ନେଇ ଆଲୋଚନା ହୋଇଛି ।

ଓଏସଡିଏ ଅଧ୍ୟକ୍ଷ ୟୁନିସେଫ ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦକ୍ଷତା ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତଭାବେ ଉପସ୍ଥାପନ କରିଛନ୍ତି । ଆଗାମୀ ଦିନରେ ଓଏସଡିଏ ସହ ସହଭାଗିତା କରିବାକୁ ୟୁନିସେଫ ପ୍ରତିନିଧି ଦଳ ଆଶାବ୍ୟକ୍ତ କରିଛନ୍ତି । ଏହି ଆଲୋଚନା ସମୟରେ ୟୁନିସେଫ କମ୍ୟୁନିଟି ସ୍ପେସିଆଲିଷ୍ଟ ରାଧିକା ଶ୍ରୀବାସ୍ତବ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details