ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ନେଇ ଦିନକୁ ଦିନ ସସପେନ୍ସ ବଢୁଥିବା ବେଳେ ଜିଆରପି ପୋଲିସ ହାତରେ ଲାଗିଛି ବଡ଼ ସୁରାଗ । ଯାହା ସ୍ପଷ୍ଟ କରି ଦେବ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ତେବେ କିଏ ସେ ପ୍ରତକ୍ଷ୍ୟଦର୍ଶୀ, କିଏ ସେ ସାକ୍ଷି ।
ଆଜ୍ଞା ହଁ.. ଜିଆରପି ପୋଲିସ ହାତରେ ଲାଗିଛି ଆଦିତ୍ୟଙ୍କୁ ଧକ୍କା ଦେଇଥିବା ଟ୍ରେନ ମେମୋର ଠିକଣା । ଯାହା କି କହିବ ଆଦିତ୍ୟଙ୍କ ମୃ୍ତ୍ୟୁ ହତ୍ୟା ନା ଆତ୍ମହତ୍ୟା । ତେବେ ସେଦିନ ଟ୍ରେନ ସାମ୍ନାକୁ ଆସି ଆତ୍ମହତ୍ୟା କରିଥିଲେ ଆଦିତ୍ୟ ନା ଟ୍ରେନ ସାମ୍ନାକୁ ତାଙ୍କୁ ଧକ୍କା ଦିଆଯାଇଥିଲା ? ଘଟଣା ସମୟରେ ରେଳ ଟ୍ରାକ କଡ଼ରେ କେତେଜଣ ଥିଲେ ନା ଆଦିତ୍ୟ ଏକା ଆସିଥିଲେ ? ଟ୍ରେନ ଆସିବା ପୁର୍ବରୂ ରେଳ ଟ୍ରାକରେ ପଡିଥିଲେ କି ଆଦିତ୍ୟ ? ନା ତାଙ୍କୁ କେହି ଆଣି ଟ୍ରେନ ଆସିବା ପୂର୍ବରୁ ଟ୍ରାକରେ ଶୋଇ ଦେଇ ଯାଇଥିଲା ? ଏମିତି ସବୁ ପ୍ରଶ୍ନର ଗୁମର ଖୋଲିବ ଏହି ଟ୍ରେନ ମେମୋ । ତେବେ ଏହି ଟ୍ରେନ ମେମୋ ଜିଆରପି ପୋଲିସର ହସ୍ତଗତ ହୋଇଥିବା ଏସଆରପି ଅଶୋକ ବିଶ୍ବାଳ କହିଛନ୍ତି ।
କଣ ଏ ଟ୍ରେନ ମେମୋ-