ଓଡିଶା

odisha

ETV Bharat / city

ରାଜଧାନୀରେ ଗଡିଲା ଟ୍ରାଫିକ ସଚେତନତା ରଥ - awarness about new trafic rule

ରାଜଧାନୀରେ ଗଡିଲା ଟ୍ରାଫିକ ସଚେତନତା ରଥ । ଟ୍ରାଫିକର ନୂଆ ନିୟମ ନେଇ ଲୋକଙ୍କୁ କରିବ ସଚେତନ । ଗଳିକନ୍ଦି ବୁଲି ଗାଡି ଚଳାଇବାର ସମସ୍ତ ନିୟମ କହିବ ଏହି ରଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 16, 2019, 2:11 PM IST

ଭୁବନେଶ୍ବର: ରାଜଧାନୀରେ ଗଡିଲା ଟ୍ରାଫିକ ସଚେତନତା ରଥ। ଏଜି ଟ୍ରାଫିକ ଥାନା ଠାରୁ ହୋଇଛି ଶୁଭାରମ୍ଭ। ସମସ୍ତ ଗଳି କନ୍ଦିରେ ଏହି ରଥ ବୁଲିବା ସହ ଲୋକଙ୍କୁ ସଚେତନ କରିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ତେବେ ଏଥିରେ ରହିଛି ସିଟବେଲ୍ଟ, ହେଲମେଟ ଓ ଟ୍ରାଫିକ ନିୟମ କିପରି ପାଳିବେ ସେ ନେଇ ବାର୍ତ୍ତା । ବିଶେଷ କରି ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଗାଡି ବୁଲିବ ଏବଂ ଲୋକଙ୍କୁ ସଚେତନତା କରିବାରେ ସହାୟକ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।

ଆଗକୁ ଆସୁଛି ଦଶହରା । ଏହି ଅବସରରେ ସମସ୍ତ ପୂଜା ମଣ୍ଡପର ପେଣ୍ଡାଲ ନିକଟରେ ଗୋଟିଏ ଗୋଟିଏ ଦିନ ରହି ସଚେତନତା କରିବ ଏହି ରଥ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details